ଓଡିଶା

odisha

ETV Bharat / state

କାନ୍ଥ ଭୁଶୁଡି ଜଣେ ମୃତ, 3 ଗୁରୁତର - anugul news

ଅନୁଗୋଳ ବଅଁରପାଳ ଥାନା ନୂଆହତା ଗାଁ ବାଲିସାହିରେ ଅଘଟଣ । ରାସ୍ତାକାମ ପାଇଁ ଘର ଭାଙ୍ଗିବା ବେଳେ ଘରର କାନ୍ଥ ଓ ଛାତ ଭୁଶୁଡି 3 ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

One dead and 3 injured after falling wall and roof in anugul
ଛାତ ଓ କାନ୍ଥ ପଡି ଜଣେ ମୃତ, 3 ଗୁରୁତର

By

Published : Dec 27, 2019, 7:24 PM IST

ଅନୁଗୋଳ: ଘର ଭାଙ୍ଗିବା ବେଳେ ଅଘଟଣ । ଛାତ ଓ କାନ୍ଥ ଭୁଶୁଡି 3 ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ବଅଁରପାଳ ଥାନା ନୂଆହତା ଗାଁ ବାଲିସାହିରେ । ଆହତ 3 ଜଣ ବିରେନ୍ଦ୍ର ସାହୁ, ଅଜିତ୍ ସାହୁ ଓ ଜୟନ୍ତ ସାହୁ ବୋଲି ଜଣାପଡିଥିବାବେଳେ ମୃତକ ହେଉଛନ୍ତି ସିପୁ ସାହୁ ।

ଛାତ ଓ କାନ୍ଥ ପଡି ଜଣେ ମୃତ, 3 ଗୁରୁତର

ସୂଚନାନୁସାରେ, ଜାତୀୟ ରାଜପଥ 55ର ସମ୍ପ୍ରସାରଣ ପାଇଁ ବାଲିସାହି ଗାଁରେ ଘର ଭାଙ୍ଗିବାକୁ ନୋଟିସ ହୋଇଥିଲା । ଏଥିପାଇଁ ଗାଁର ଧନେଶ୍ବର ମୁଦୁଲି ନାମକ ଜଣେ ବ୍ୟକ୍ତି କିଛି ଶ୍ରମିକ ଲଗାଇ ନିଜ ଘର ଭାଙ୍ଗୁଥିଲେ । ତେବେ ହଠାତ ଘରର ଏକ ଛାତ ଭୁଶୁଡି ପଡିବାରୁ କାମ କରୁଥିବା ୪ ଜଣ ଶ୍ରମିକ ତଳେ ଚାପି ହୋଇ ଯାଇଥିଲେ ।

ସ୍ଥାନୀୟ ଲୋକ ଜେସିବି ମେସିନ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବିରେନ୍ଦ୍ର, ଅଜିତ୍ ଓ ଜୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ସିପୁଙ୍କୁ କଟକ ବଡ ମେଡିକାଲ ପଠାଇବାକୁ ବ୍ୟବସ୍ଥା କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details