ଅନୁଗୋଳ: ଶୁଖିଲା ଗଛ ହେଲା କାଳ । ଡାକ୍ତରଖାନାରୁ ଗର୍ଭବତୀଙ୍କୁ ନେଇ ଫେରୁଥିବା ବେଳେ ଅଟୋ ଉପରେ ମାଡି଼ ବସିଲା ଏକ ଶୁଖିଲା ଗଛ । ଏହି ଅଘଟଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଖମାର ଥାନା ବାଲିପସି ନିକଟରେ ।
ରାସ୍ତାରେ ଛକିଥିଲା ମୃତ୍ୟୁ ! ଅଟୋ ଉପରେ ଖସିଲା ଶୁଖିଲା ଗଛ, ଜଣେ ମୃତ - ଗର୍ଭବତୀଙ୍କୁ ନେଇ ଫେରୁଥିବା ବେଳେ ଅଟୋ ଉପରେ ଭାଙ୍ଗିଲା ଗଛ
ଡାକ୍ତରଖାନାରୁ ଗର୍ଭବତୀଙ୍କୁ ନେଇ ଫେରୁଥିବା ବେଳେ ଅଟୋ ଉପରେ ମାଡି଼ ବସିଲା ଶୁଖିଲା ଗଛ । ଜଣେ ମୃତ, ୩ ଗୁରୁତର । ଅଧିକ ପଢ଼ନ୍ତୁ
ଶୁଖିଲା ଗଛ ହେଲା କାଳ: ଜଣେ ମୃତ, ୩ ଗୁରୁତର
ସୂଚନା ଅନୁସାରେ, ତିଳେଇପଶି ଗାଁର ଜଣେ ଗର୍ଭବତୀ ଅନିମା ସାହୁ, ଚିକିତ୍ସା ପାଇଁ ଅଟୋ ଯୋଗେ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ସେଠରୁ ଚିକିତ୍ସା ସାରି ଫେରୁଥିବା ବେଳେ ବାଲିପସି ନିକଟରେ ରାସ୍ତା କଡ଼ରେ ଥିବା ଏକ ଶୁଖିଲା ଗଛ ହଠାତ ଅଟୋ ଉପରେ ଭାଙ୍ଗି ପଡ଼ିଥିଲା ।ଫଳରେ ଘଟଣାସ୍ଥଳରେ ଜେମା ପରିଡ଼ା ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନିମା ସାହୁଙ୍କ ସମେତ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଗଛ ହଟାଇ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି ।
ଇଟିଭି ଭାରତ, ଅନୁଗୁଳ