ଅନୁଗୋଳ: ସାରା ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ତମ ଜନ୍ମତିଥିରେ ତାଙ୍କ ଅବଦାନକୁ ମନେ ପକାଇ ଓ ଭାରତକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ତାଙ୍କର ପ୍ରୟାସକୁ ସମ୍ମାନ ଜଣାଇ ଏକତା ଦିବସକୁ ସାରା ଭାରତବର୍ଷରେ ପାଳନ କରାଯାଉଛି । ଏହି ଅବସରରେ ଅନୁଗୋଳ ଜିଲ୍ଲାରେ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଶତାଧିକ ନାଗରିକ, ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମରେ ଯୋଗଦେଇ ସାମୂହିକ ଶପଥ ପାଠ କରିଛନ୍ତି ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦେଶ ପାଇଁ ଦେଇଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ, ନେହୁରୁ ଯୁବ କେନ୍ଦ୍ର ସଂଗଠନ (ଏନଓ୍ୱାଇକେଏସ) ଓ ଏନଏସଏସର ମିଳିତ ଆୟୋଜନରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେଏକତା ପାଇଁ ଦୌଡ଼ (Run For Unity) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ସର୍ଦ୍ଦାର ପଟେଲ ଦେଇଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଅନୁଗୋଳ, ଖମାର, ଛେଣ୍ଡିପଦା, ଆଠମଲ୍ଲିକ ଓ ତାଳଚେରଠାରେ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ନାଗରିକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀମାନେ ଏଥିରେ ସାମିଲ ହୋଇ ଜାତୀୟ ଏକତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ସାମୂହିକ ଶପଥ ପାଠ କରିଥିଲେ ।