ଅନୁଗୋଳ: ଜିଲ୍ଲାରେ କୋରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଇପାରେ ଲାଗିଛି । ଶୁକ୍ରବାର ପୁଣି 248 ଟି ନୂତନ କୋରୋନା ଚିହ୍ନଟ କରାଯାଇଛି । ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3697ରେ ପହଞ୍ଚିଛି । ଏନେଇ ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି ।
ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ହୋଇଥିବାବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ପୌରାଞ୍ଚଳରୁ ସର୍ବାଧିକ ୬୬ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୫୩ଜଣ ପୁରୁଷ ଓ ୧୩ ଜଣ ମହିଳା ଅଛନ୍ତି । ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୩୬ ଜଣ ( ୨୫ଜଣ ପୁରୁଷ ଓ ୧୧ ଜଣ ମହିଳା ), ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୩୪ ଜଣ ( ୨୭ ଜଣ ପୁରୁଷ ଓ ୭ଜଣ ମହିଳା ) , କଣିହାଁ ବ୍ଳକ୍ ଅଞ୍ଚଳରୁ ୧୫ ଜଣ ( ୧୮ଜଣ ପୁରୁଷ ଓ ୭ ଜଣ ମହିଳା ), ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୭ ଜଣ ( ୩ଜଣ ପୁରୁଷ ଓ ୪ ଜଣ ମହିଳା ) , ତାଳଚେର ପୌରାଞ୍ଚଳରୁ ୩୬ ଜଣ ( ୨୩ଜଣ ପୁରୁଷ ଓ ୧୩ ଜଣ ମହିଳା ) , ତାଳଚେର ବ୍ଲକ୍ ଅଞ୍ଚଳରୁ ୨୦ ଜଣ ( ୧୧ ଜଣ ପୁରୁଷ ଓ ୯ଜଣ ମହିଳା) କିଶୋରନଗର ବ୍ଲକ୍ ଅଞ୍ଚଳରୁ ୧୩ ଜଣ ( ୧୧ଜଣ ପୁରୁଷ ଓ ୨ ଜଣ ମହିଳା ) , ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୭ ଜଣ ( ୪ଜଣ ପୁରୁଷ ୩ଜଣ ମହିଳା) ଓ ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧୩ ଜଣ ( ୬ ଜଣ ପୁରୁଷ ୭ ମହିଳା ) କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି।