ଅନୁଗୋଳ: ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ଦୁଇ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ । ଅନୁଗୋଳରେ କାର୍ଯ୍ୟରତ ଦୁଇ ବିଦ୍ୟୁତ କର୍ମଚାରୀ ସନ୍ତୋଷ କୁମାର ସାହୁ ଓ ପବିତ୍ର ବେହେରାଙ୍କ ମୃତ୍ୟୁ ଘଟିଛି । ଦୁହେଁ ଟାଟା ପାୱାରର ସବ ଲେଟ କମ୍ପାନୀ ଶ୍ୟାମ ପାୱାରରେ ଚାକିରୀ କରିଥିଲେ ।
କୌଣସି ଉପଭୋକ୍ତାଙ୍କ ଘରେ ମିଟର ଲଗାଇବାକୁ ଯାଉଥିବାବେଳେ ୫୫ନମ୍ବର ଜାତୀୟ ରାଜପଥର ମୂଷାପାପୁଲି ନିକଟରେ ହଠାତ ସେମାନଙ୍କ ଉପରେ ଟ୍ରକଟି ମାଡି ଯାଇଥିଲା । ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।