ଅନୁଗୋଳ/ଭୁବନେଶ୍ବର:ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ । ଅନୁଗୋଳ ଜିଲ୍ଲା ପାଲଲହଡା ବିଇଓ କାର୍ଯ୍ୟଳୟର ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କ ଘରେ ରେଡ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ଚଢାଉ କରୁଛନ୍ତି । ପ୍ରସନ୍ନ ପାଣିଙ୍କ ଅନୁଗୋଳ ସ୍ଥିତ ବାସଭବନ, ଅଫିସ ସମେତ ମୋଟ ୯ଟି ସ୍ଥାନରେ ଚଢାଉ ଚାଲିଛି ।
ତେବେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସମ୍ପୃକ୍ତ JE ଘର ଅଫିସ ସମେତ 9ଟି ସ୍ଥାନରେ ୧୦ଟି ଟିମ ସହ ରେଡ୍ କରୁଛି ଭିଜିଲାନ୍ସ । ସୁନ୍ଦରପଦା ଏବାରଙ୍ଗରେ ପ୍ଲଟ୍ ନମ୍ବର ୩୬୬ ଓ ୩୬୭ ରେ ଚଢ଼ାଉ ହୋଇଛି । ସୁନ୍ଦରପଦା ପ୍ରେଣ୍ଡସ୍ କ୍ଲବ ନିକଟରେ ଥିବା ୩ ମହଲା ଘରେ ବି ରେଡ୍ ହୋଇଛି । ଏହାସହ ହାଇଟେକ ପ୍ଲାଜା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍ ନମ୍ବର B/4ରେ ମଧ୍ୟ ରେଡ଼ ଚାଲିଛି । ବ୍ୟବସାୟିକ ପାର୍ଟନର ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ତଲାସ କରୁଛି ଭିଜିଲାନ୍ସ । ତେବେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯନ୍ତ୍ରୀ ଥିବା ପ୍ରସନ୍ନଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି । ସେହିପରି ମୂଲ୍ୟବାନ ଅଳଙ୍କାର ସହ ଜରୁରୀ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।
ଏହା ମଧ୍ଯ ପଢନ୍ତୁ...କମାଣ୍ଡାଣ୍ଟ ସୁନିଲ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ