ଅନୁଗୋଳ:ସରଗରମ ଏବେ ଅନୁଗୋଳ ରାଜନୀତି। ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଓ 3 କେନ୍ଦ୍ର ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତକୁ ନେଇ ସରଗରମ ହୋଇଛି ରାଜନୀତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପାଇଁ ପ୍ରଶାସନିକ ସ୍ଥରରେ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି ।
ଆଉ ଦିନକ ପରେ ଅର୍ଥାତ ଗୁରୁବାର ଅନୁଗୋଳ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ବିଜେଡି ଶିବିର ବେଶ ଚଳଚଞ୍ଚଳ ହୋଇ ପଡିଛି। ନେତାଙ୍କ ଠୁ ଆରମ୍ଭ କରି କର୍ମୀ ସମସ୍ତ ବେଶ ଉତ୍ସାହିତ। ନବୀନ ପଟ୍ଟନାୟକ ଜିଲ୍ଲାରେ ଏସଏଚଜିମାନଙ୍କୁ ଟଙ୍କା ବାଣ୍ଟିବା ଠାରୁ ଆରମ୍ଭ କରି ବସ ଟର୍ମିଳାଲ, କୋଲ ମିୟୁଜିୟ ଆଦି ଉଦଘାଟନର ମଧ୍ୟ କଯ୍ୟକ୍ରମ ରହୁଛି । ଯାହା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ବେସ ଜୋରସୋରରେ ଚାଲିଛି । ସେପଟେ ସୁପ୍ରିମଙ୍କ ଗ୍ରସ୍ତକୁ ନେଇ ବିଜେଡି ଶିବିର ବେସ ଉତ୍ସାହିତ । ତେବେ ଆଗକୁ ନିର୍ବାଚନ ଥିବାରୁ ନେତାଏ ନିଜର ପତିଆରା ଦେଖାଇବା ପାଇଁ ନିଜ ମଧ୍ୟରେ ଉଦ୍ୟମ ଆରମ୍ଭ କରିଛନ୍ତି ।
ସରଗରମ ରାଜନୀତି, ଗୋଟିଏ ଦିନରେ ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ 3 କେନ୍ଦ୍ରମନ୍ତ୍ରୀ - ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ
ଗୁରୁବାର ଅନୁଗୋଳ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ । ଗୋଟିଏ ଦିନରେ ତିନିଜଣ ମନ୍ତ୍ରୀଙ୍କ ଗସ୍ତକୁ ନେଇ ଉଠିଛି ପ୍ରଶ୍ନବାଚୀ । ଅଧିକ ପଢନ୍ତୁ
ଏହା ମଧ୍ୟ ପଢନ୍ତୁ: ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ: ଋଷୀୟ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚର ଜେରା, ଆସିଲା ବ୍ୟବଚ୍ଛେଦ ରିପୋର୍ଟ
ଅନ୍ୟପଟେ ସେଇ ସମାନ ଦିନରେ ଅନୁଗୋଳ ଆସୁଛନ୍ତି ତିନି ତିନି ଜଣ କେନ୍ଦ୍ର ମନ୍ତ୍ରୀ। ରେଳ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ, ମନ୍ତ୍ରୀ ପିୟୁସ ଗୋଏଲ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମାନେ ଅନୁଗୋଳ ରେଳ ଷ୍ଟେସନରେ ବଳରାମ କୋଇଲା ଖଣି ପାଇଁ ନୂଆ ରେଳ ଲାଇନର ଉଦଘାଟନ କରିବା ସହ, ସମ୍ବଲପୁର ହାଉଡା ଟ୍ରେନର ଶୁଭାରମ୍ଭ ସହ ଆହୁରି ଅନେକ କାଯ୍ୟକ୍ରମ ରହିଛି । ଯାହାକୁ ନେଇ ବିଜେପି କର୍ମୀ ଓ ନେତା ବେଶ ଉତ୍ସାହିତ ।ନିକଟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲା ଗ୍ରସ୍ତରେ ଆସି କର୍ମୀ ଓ ନେନାଙ୍କୁ ଗୁରୁମନ୍ତ୍ର ଦେଇଥିବା ବେଳେ ଏବେ ପୁଣି ତିନି କେନ୍ଦ୍ର ମନ୍ତ୍ରୀଙ୍କ ଗ୍ରସ୍ତ ବିଜେପି ଶିବିରକୁ ଚଳଚଞ୍ଚଳ କରିଛି। ଗୋଟେ ପଟେ କେନ୍ଦ୍ରୀୟ ପ୍ରକଳ୍ପର ଶୁଭାରମ୍ଭ ଓ ଅନ୍ୟ ପଟେ ରାଜ୍ୟ ସରକାରଙ୍କ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦ୍ଘାଟନ ଜିଲା ପାଇଁ ଆସନ୍ତା 29 ତାରିଖ ଏକ ମହତ୍ତ୍ୱ ରଖୁଛି। ତେବେ ଉଭୟ କାଯ୍ୟକ୍ରମ ସରକାରୀ ହେଲେବି ସୁଧା କିଏ ଏଥିରୁ ଅଧିକ ରାଜନୈତିକ ଫାଇଦା ନେବ ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ଅନୁଗୋଳ