ଓଡିଶା

odisha

ETV Bharat / state

ତାମିଲନାଡୁରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ଭିଡିଓ ଜାରି - ଲକଡାଉନରେ ରାଜ୍ୟ ବାହାରେ ଓଡିଆ ଶ୍ରମିକ

ତାମିଲନାଡୁରେ ଫସି ରହିଛନ୍ତି 60ରୁ ଅଧିକ ଓଡିଆ ଶ୍ରମିକ । ସମସ୍ତେ ଅନୁଗୋଳ, ବାଲେଶ୍ବର ଓ ଢେଙ୍କାନାଳ ଜିଲ୍ଲାର ହୋଇଥିବା ଜଣାପଡିଛି।

odia migrants stuck in tamilnadu, odia migrant labour outside odisha, odia migrants out of odisha amid lockdown, seeks help through video, ତାମିଲନାଡୁରେ ଫସିଛନ୍ତି ଓଡିଆ ଶ୍ରମିକ, ରାଜ୍ୟ ବାହାରେ ଓଡିଆ ଶ୍ରମିକ, ଲକଡାଉନରେ ରାଜ୍ୟ ବାହାରେ ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓରେ କଲେ ନିବେଦନ
ତାମିଲନାଡୁରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ଭିଡିଓ ଜାରି

By

Published : Apr 30, 2020, 10:18 PM IST

Updated : May 1, 2020, 12:03 PM IST

ଅନୁଗୋଳ: ତାମିଲନାଡୁରେ ଫସି ରହିଛନ୍ତି 60ରୁ ଅଧିକ ଓଡିଆ ଶ୍ରମିକ । ସମସ୍ତେ ଅନୁଗୋଳ, ବାଲେଶ୍ବର ଓ ଢେଙ୍କାନାଳ ଜିଲ୍ଲାର ହୋଇଥିବା ଜଣାପଡିଛି । ତାମିଲନାଡୁର ସାଇପୁଚ ନାମକ ଏକ ତମ୍ବା ଓ ପିତଳ ପ୍ରସ୍ତୁତକାରୀ ଘରୋଇ ସଂସ୍ଥାରେ ଏମାନେ ଶ୍ରମିକ ଭାବେ କାମ କରି ଆସୁଥିଲେ । ତେବେ ଲକଡାଉନ ଯୋଗୁଁ କାରଖାନା ବନ୍ଦ ହେବାରୁ ଏମାନଙ୍କୁ କାମରୁ ବାହାର କରିଦେଇଛି ସଂସ୍ଥା ମାଲିକ ।

ତାମିଲନାଡୁରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ଭିଡିଓ ଜାରି

ଏପରି ସ୍ଥିତିରେ ବେରୋଜଗାର ଚିନ୍ତା ଏହି ଶ୍ରମିକଙ୍କୁ ମାଡି ବସିଥିବା ବେଳେ ଅନ୍ୟପଟେ ତୁରନ୍ତ ସମ୍ପୃକ୍ତ ଜାଗା ଛାଡି ଚାଲିଯିବାକୁ ଧମକ ଦେଇଛନ୍ତି ସଂସ୍ଥା । ହାତରେ ଟଙ୍କା ନଥିବାରୁ ଏବେ ଉପାୟଶୂନ୍ୟ ହୋଇପଡିଛନ୍ତି ଏହି ଶ୍ରମିକମାନେ । ସେପଟେ ନିଜ ରାଜ୍ୟକୁ ଫେରିବାକୁ ହେଲେ କେମିତି ପଞ୍ଜୀକୃତ କରାଯାଏ ତାହା ମଧ୍ୟ ସେମାନେ ଜାଣିନାହାନ୍ତି। ଏମିତିରେ କାରଖାନା ବାହାରେ ଶ୍ରମିକମାନେ ବସି ରହି ଏକ ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 1, 2020, 12:03 PM IST

ABOUT THE AUTHOR

...view details