ଓଡିଶା

odisha

By ETV Bharat Odisha Team

Published : Oct 1, 2023, 7:36 PM IST

ETV Bharat / state

ଅଷ୍ଟ୍ରେଲିଆରେ ଓଡ଼ିଶା ସଂସ୍କୃତିର ଝଲକ, ପ୍ରବାସୀ ଓଡିଆ ପାଳିଲେ ‘ଫୁଲ ବଉଳ ବେଣୀ’

ଓଡିଶାର ସଂସ୍କୃତି ଓ ପରମ୍ପରାରେ ମହକୁଛି ଅଷ୍ଟ୍ରେଲିଆ । ସୁଦୂର ଅଷ୍ଟ୍ରେଲିଆରେ ରହୁଥିବା ଶତାଧିକ ଓଡ଼ିଆ ପାଳିଲେ ଓଡିଆ ମହୋତ୍ସବ ‘ଫୁଲ ବଉଳ ବେଣୀ’ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ଅଷ୍ଟ୍ରେଲିଆର ସିଡନୀ । ଅଧିକ ପଢନ୍ତୁ

ଓଡିଶାର ସଂସ୍କୃତି ଓ ପରମ୍ପରାରେ ମହକୁଛି ଅଷ୍ଟ୍ରେଲିଆ
ଓଡିଶାର ସଂସ୍କୃତି ଓ ପରମ୍ପରାରେ ମହକୁଛି ଅଷ୍ଟ୍ରେଲିଆ

ଓଡିଶାର ସଂସ୍କୃତି ଓ ପରମ୍ପରାରେ ମହକୁଛି ଅଷ୍ଟ୍ରେଲିଆ

ଅନୁଗୋଳ: ବିଦେଶରେ ଘର ହେଲେ ଓଡିଶାରେ ମନ । ବିଦେଶରେ ରହୁଥିବା ଓଡିଆମାନେ ନିଜ କଳା, ସଂସ୍କୃତି ଓ ପରମ୍ପରାକୁ ଭୁଲି ପାରିନାହାନ୍ତି । ସୁଦୂର ଅଷ୍ଟ୍ରେଲିଆରେ ବର୍ଷ ବର୍ଷ ଧରି ରହୁଥିବା ଶତାଧିକ ଓଡ଼ିଆ ବାର ମାସରେ ତେର ପର୍ବ ପାଳନ କରିବା ସହ ଓଡିଶାର କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରୁଛନ୍ତି । ସେଥିମଧ୍ୟରୁ ଏକ ନିଆରା କାର୍ଯ୍ୟକ୍ରମ ‘ଫୁଲ ବଉଳ ବେଣୀ’ । ଏହି କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆର ସିଡନୀରେ ରହୁଥିବା ପ୍ରବାସୀ ଓଡିଆମାନେ ଏକଜୁଟ ହୋଇ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ କରିଥାନ୍ତି ।


ଅଷ୍ଟ୍ରେଲିଆର ସିଡନୀରେ ରହୁଛନ୍ତି ଶତାଧିକ ଓଡ଼ିଆ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯାଇ ସେଠାରେ ଚାକିରି କରୁଛନ୍ତି । ବର୍ଷ ବର୍ଷ ଧରି ପରିବାର ସହ ରହି ଆସୁଛନ୍ତି । ପିଲାମାନେ ସେଠାରେ ରହି ପାଠ ପଢୁଛନ୍ତି । କହିବାକୁ ଗଲେ ବିଦେଶରେ ରହି ଭଲ ଅର୍ଥ ରୋଜଗାର କରି ଆରାମଦାୟୀ ଜୀବନ ଅତିବାହିତ କରୁଛନ୍ତି । ହେଲେ ଏହା ମଧ୍ୟରେ ସେମାନେ ଭୁଲି ଯାଇ ନାହାନ୍ତି ଓଡିଶା ଭାଷା, ସଂସ୍କୃତି ଓ ପରମ୍ପରାକୁ । ବିଦେଶରେ ରହି ମଧ୍ୟ ଓଡ଼ିଆ ଗୌରବକୁ ସାରା ବିଶ୍ୱରେ ପ୍ରସାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଓଡ଼ିଶାର ଲୋକ ନୃତ୍ୟ, ଲୋକ କଳାରେ ପରିପୂର୍ଣ୍ଣ ପାଲା, ଦାସକାଠିଆ, ସଂକୀର୍ତ୍ତନ, ଓଡିଶୀ, ଦଣ୍ଡ ଭଳି ନୃତ୍ୟ ଓ ପ୍ରାଚୀନ ସଙ୍ଗୀତକୁ ବିଭିନ୍ନ ସମୟରେ ପରିବେଷଣ କରୁଛନ୍ତି । ଅଷ୍ଟ୍ରେଲିଆବାସୀଙ୍କ ସହ ବିଶ୍ବର ଅନ୍ୟ ଦେଶର ଲୋକମଧ୍ୟ ଓଡିଶାର ସଂସ୍କୃତି ବିଷୟରେ ଜାଣିପାରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ..‘ଲୋକକଳା ଉତ୍ସବ ପାଲଟୁଛି କଳା ଓ କଳାକାରଙ୍କୁ ପୁନର୍ଜୀବିତ କରିବାର ମାଧ୍ୟମ’

ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଓଡିଆମାନେ କହିଛନ୍ତି, ‘‘ ବର୍ଷ ବର୍ଷ ଧରି ଆମେ ନିଜ ମାଟିଠାରୁ ଦୂରରେ ରହିଆସୁଛୁ । ଆମ ପରପିଢି ଅଷ୍ଟ୍ରେଲିଆରେ ଜନ୍ମଗ୍ରହଣ କରୁଛନ୍ତି । ତେଣୁ ସେମାନେ ଓଡ଼ିଆ ଭାଷା ଓ ସଂସ୍କୃତି ଜାଣିବା କଷ୍ଟକର ହୋଇ ପଡୁଛି । ସେଥିପାଇଁ ପିଲାମାନଙ୍କୁ ତାଙ୍କ କଳା, ସଂସ୍କୃତି , ପରମ୍ପରା ଓ ଐତିହ୍ୟ ବିଷୟରେ ଅବଗତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଏହାଦ୍ବାରା ପୁରାତନ କାଳରୁ ଚାଲିଆସୁଥିବା ଲୋକକଳା ବିଷୟରେ ଜାଣିପାରିବେ । ସବୁଠାରୁ ବଡ଼ କଥା ହେଉଛି ସେଠାକାର ବହୁ ଲୋକ ଆମ ଓଡ଼ିଆ କାର୍ଯ୍ୟକ୍ରମକୁ ଦେଖୁଛନ୍ତି । ଉପଭୋଗ କରୁଛନ୍ତି । କେବଳ ଅଷ୍ଟ୍ରେଲିଆ କାହିଁକି ସେଠାରେ ରହିଥିବା ବିଶ୍ୱର ଅନେକ ଦେଶର ଲୋକେ ମଧ୍ୟ ଓଡ଼ିଆ ସଂସ୍କୃତିକୁ ଜାଣୁଛନ୍ତି । ଯାହା ଫଳରେ ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ ହେବ ।’’

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details