ଅନୁଗୋଳ: କର୍ମଚାରୀଙ୍କ ସହ ଗ୍ରାମବାସୀଙ୍କ ସୁରକ୍ଷା ଚିନ୍ତାରେ ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସି । କୋଭିଡ-19 ର ମୁକାବିଲା ପାଇଁ ନେଇଛି ଅନେକ ପଦକ୍ଷେପ । କୋଭିଡ-19 ମୁକାବିଲା ପାଇଁ ପୁରା ପ୍ରସ୍ତୁତ ହୋଇଛି ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସି । ନିଜର କର୍ମଚାରୀଙ୍କୁ ସୁରକ୍ଷିତ ଦେବା ସହ ପ୍ଲାଣ୍ଟର ପାର୍ଶ୍ଵବର୍ତ୍ତୀ ଗ୍ରାମବାସୀଙ୍କୁ ମଧ୍ୟ ସଚେତନ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।
ଅନୁଗୋଳ ଜିଲ୍ଲା କଣିହାଁ ଠାରେ ଥିବା ଏନଟିପିସି ପ୍ଲାଣ୍ଟ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଥିବା ପ୍ଲାଣ୍ଟର ଚିଫ ଜେନେରାଲ ମ୍ୟାନେଜରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କମ୍ପାନୀ କର୍ମଚାରୀଙ୍କୁ ସଚେତନ କରାଯିବା ସହ ସେମାନଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯାଇଛି ।