ଅନୁଗୋଳ: ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସିର କଣିହାଁ ୟୁନିଟ କୋରୋନା କଟକଣା ମଧ୍ୟରେ ବି ଶତ ପ୍ରତିଶତ ବିଜୁଳି ଉତ୍ପାଦନ କରିବାରେ ସଫଳ ହୋଇଛି । ଅସାଧାରଣ କାର୍ଯ୍ୟକ୍ଷମତା ପ୍ରଦର୍ଶନ କରି 100% ପିଏଲଏଫ ବା ପ୍ଲାଣ୍ଟ ଲୋଡ଼ ହାସଲ କରିଛି ଏହି କମ୍ପାନୀ । ଏନେଇ କମ୍ପାନୀର ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ଇଟିଭି ଭାରତକୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ କେବଳ ଜୁଲାଇ ମାସରେ ପ୍ଲାଣ୍ଟ ଛଅ ଥର ୧୦୦ ପ୍ରତିଶତ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟର ଲକ୍ଷ ଧାର୍ଯ୍ୟ କରିବାରେ ସଫଳ ହୋଇଛି । କୋରୋନା କଟକଣା ଯୋଗୁଁ କେବଳ ସ୍ବଳ୍ପ ସଂଖ୍ୟକ କର୍ମଚାରୀଙ୍କୁ କମ୍ପାନୀ ଆସିବାକୁ ଅନୁମତି ମିଳିଥିଲା । ତେବେ ଏହା ସତ୍ବେ କମ୍ପାନୀ ପୂର୍ଣ୍ଣ ମାତ୍ରାରେ ବିଜୁଳି ଉତ୍ପାଦନ କରିବାରେ ସଫଳ ହୋଇ ପାରିଛି । ଯାହା ଓଡ଼ିଶାର ତାପଜ ବିଜୁଳି ଉତ୍ପାଦନକାରୀ କମ୍ପାନୀ ମାନଙ୍କ ପାଇଁ ଏକ ଉଦାହରଣ ।