ଅନୁଗୋଳ: ଜିଲ୍ଲାର କଣିହାଁସ୍ଥିତ NTPCରେ ତାର ୩୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଉତ୍ସବ ଆୟୋଜିତ ହୋଇଥିଲା । ଏନଟିପିସିର ନିର୍ବାହୀ ନିର୍ଦ୍ଦେଶକ କେ.ଶ୍ରୀନିବାସ ରାଓ କାରଖାନାର ସ୍ୱତନ୍ତ୍ର ପତାକା ଉତ୍ତୋଳନ କାଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଦେଶର ଦ୍ୱତୀୟ ବୃହତ୍ତମ ତାପଜ ବିଦ୍ୟୁତ କେନ୍ଦ୍ର NTPC ପାଳିଛି 34ତମ ପ୍ରତିଷ୍ଠା ଦିବସ - NTPC ପାଳିଛି 34 ତମ ପ୍ରତିଷ୍ଠା ଦିବସ
ବିଜୁଳି ଉତ୍ପାଦନରେ ପ୍ରତିବଦ୍ଧତା ରଖିଆସୁଥିବା ରାଷ୍ଟ୍ରାୟାତ୍ତ କମ୍ପାନୀ NTPC ପାଳିଛି 34 ତମ ପ୍ରତିଷ୍ଠା ଦିବସ । ଅନୁଗୋଳ ଜିଲ୍ଲାର ତାଳଚେର କଣିହାଁ ଠାରେ ଥିବା NTPC ପାଳିତ ହୋଇଛି ଏହି ଦିବସ । ଅଧିକ ପଢନ୍ତୁ
![ଦେଶର ଦ୍ୱତୀୟ ବୃହତ୍ତମ ତାପଜ ବିଦ୍ୟୁତ କେନ୍ଦ୍ର NTPC ପାଳିଛି 34ତମ ପ୍ରତିଷ୍ଠା ଦିବସ ଦେଶର ଦ୍ୱତୀୟ ବୃହତ୍ତମ ତାପଜ ବିଦ୍ୟୁତ କେନ୍ଦ୍ର NTPC ପାଳିଛି 34 ତମ ପ୍ରତିଷ୍ଠା ଦିବସ](https://etvbharatimages.akamaized.net/etvbharat/prod-images/768-512-15473365-thumbnail-3x2-ang.jpg)
ଦେଶର ଦ୍ୱତୀୟ ବୃହତ୍ତମ ତାପଜ ବିଦ୍ୟୁତ କେନ୍ଦ୍ର NTPC ପାଳିଛି 34 ତମ ପ୍ରତିଷ୍ଠା ଦିବସ
ଦେଶର ଦ୍ୱତୀୟ ବୃହତ୍ତମ ତାପଜ ବିଦ୍ୟୁତ କେନ୍ଦ୍ର NTPC ପାଳିଛି 34 ତମ ପ୍ରତିଷ୍ଠା ଦିବସ
ଏହାପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବହୁ ନାମୀ ଦାମି କଳାକାର ମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀନିବାସ ରାଓ ଏନଟିପିସିର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ଏହାଛଡା ପାରିପାର୍ଶ୍ବିକ ଉନ୍ନୟନ, ନିଯୁକ୍ତି, ଛାତ୍ର ଛାତ୍ରୀ ମାନଙ୍କ ଉନ୍ନତି ପାଇଁ ଏନଟିପିସି ନେଉଥିବା ପଦକ୍ଷେପ ଅତ୍ୟନ୍ତ ଉତ୍ସାହଜନକ ବୋଲି ମଧ୍ୟ କହିଥିଲେ ।
ଇଟିଭି ଭାରତ, ଅନୁଗୋଳ