ଓଡିଶା

odisha

ETV Bharat / state

ସାତକୋଶିଆର ସ୍ଥିତି ପରଖିବାକୁ ଏନ୍‌ଟିସିଏ ଟିମର ଅନୁଗୋଳ ଗସ୍ତ - ଏଆଇଜି(AIG) ହେମନ୍ତ କୁମାର କାମୋଡି

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ପାଇଁ ଅନୁଗୋଳରେ ପହଞ୍ଚିଛନ୍ତି ଏନ୍‌ଟିସିଏ(NTCA)ର ତିନି ଜଣିଆ ଟିମ। ଅଧିକ ପଢନ୍ତୁ...

ସାତକୋଶିଆର ସ୍ଥିତି ପରଖିବାକୁ ଏନ୍‌ଟିସିଏର ଅନୁଗୋଳ ଗସ୍ତ

By

Published : Oct 22, 2019, 1:05 PM IST

Updated : Oct 22, 2019, 4:19 PM IST

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ପାଇଁ ଅନୁଗୋଳରେ ପହଞ୍ଚିଛନ୍ତି ଏନ୍‌ଟିସିଏ(NTCA)ର ତିନି ଜଣିଆ ଟିମ୍ । ଗତ ଏକ ବର୍ଷ ହେବ ସ୍ଥାଣୁ ପାଲଟିଥିବା ପ୍ରକଳ୍ପର କାର୍ଯ୍ୟକ୍ଷମ ହେବା ନେଇ ସ୍ଥିତି ପରଖିବାକୁ ଏହି ଟିମ୍ ଆସିଛି।

ସାତକୋଶିଆର ସ୍ଥିତି ପରଖିବାକୁ ଏନ୍‌ଟିସିଏ ଟିମର ଅନୁଗୋଳ ଗସ୍ତ

ଏଆଇଜି ହେମନ୍ତ କୁମାର କାମୋଡି, ଏନ୍‌ଟିସିଏର ଡେପୁଟି ଡାଇରେକ୍ଟର ଭିକେ ଶର୍ମା, କାହ୍ନା ବ୍ୟାଘ୍ର ପ୍ରକଳ୍ପର ପୂର୍ବତନ ଫିଲଡ଼ ଡ଼ାଇରେକ୍ଟର ଖଗେଶ୍ବର ନାୟକ ପ୍ରମୁଖ ଏହି ଟିମର ସଦସ୍ୟ ଅଛନ୍ତି ।

ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା ପରେ କ୍ଷେତ୍ର ପରିଦର୍ଶନ କରିବ ଟିମ୍‌ । ପ୍ରକଳ୍ପ କାର୍ଯ୍ୟକ୍ଷମ ନଥିବାରୁ ଏବେବି ବନ୍ଦୀ ଅଛି ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ । ତେବେ ଆଲୋଚନା ପରେ ଟିମ୍‌ର ପରବର୍ତ୍ତୀ କାଯ୍ୟକ୍ରମ ସ୍ଥିର କରାଯିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Oct 22, 2019, 4:19 PM IST

ABOUT THE AUTHOR

...view details