ଓଡିଶା

odisha

ETV Bharat / state

ତାଳଚେରର ଯେତିକି ବୌଦ୍ଧିକ ବିକାଶ ହେବା କଥା ହୋଇନାହିଁ: ଧର୍ମେନ୍ଦ୍ର ପ୍ରଧାନ - ଧର୍ମେନ୍ଦ୍ର ପ୍ରଧାନ

ଶେଷ ହୋଇଛି ଅନୁଗୋଳ ଜିଲାର ବହୁ ପୁରାତନ କ୍ଲବ ତାଳଚେର କିଶୋର କ୍ଲବର ବାର୍ଷିକ ଶାରଦୀୟ କ୍ରୀଡା ଉତ୍ସବ। ଏହି ଉତ୍ସବ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ବିରାଟ ପଟୁଆରରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ଲବର ସଦସ୍ୟ ଓ ଦଳୀୟ କର୍ମୀ ମାନେ ପାଛୋଟି ନେଇଥିଲେ। ଅଧିକ ପଢନ୍ତୁ

ତାଳଚେରର ଯେତିକି  ବୌଦ୍ଧିକ ବିକାଶ ହେବା କଥା ହୋଇ ନାହିଁ : ଧର୍ମେନ୍ଦ୍ର ପ୍ରଧାନ
ତାଳଚେରର ଯେତିକି ବୌଦ୍ଧିକ ବିକାଶ ହେବା କଥା ହୋଇ ନାହିଁ : ଧର୍ମେନ୍ଦ୍ର ପ୍ରଧାନ

By ETV Bharat Odisha Team

Published : Oct 30, 2023, 10:09 PM IST

ତାଳଚେରର ଯେତିକି ବୌଦ୍ଧିକ ବିକାଶ ହେବା କଥା ହୋଇ ନାହିଁ : ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ତାଳଚେର ବୌଦ୍ଧିକ ବିକାଶ ହୋଇ ନାହିଁ। ଯେଉଁ ତୁଳନାରେ ଅର୍ଥନୈତିକ ବିକାଶ ହୋଇଛି ସେ ତୁଳନାରେ ବୌଦ୍ଧିକ ବିକାଶ ଘଟି ନାହିଁ । ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଳଚେରର ବହୁ ପୁରାତନ କ୍ଲବ କୋଶର କ୍ଲବ ର 58 ତମ ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ଧର୍ମେନ୍ଦ୍ର ଏହା କହିଛନ୍ତି।

ଶେଷ ହୋଇଛି ଅନୁଗୋଳ ଜିଲାର ବହୁ ପୁରାତନ କ୍ଲବ ତାଳଚେର କିଶୋର କ୍ଲବର ବାର୍ଷିକ ଶାରଦୀୟ କ୍ରୀଡା ଉତ୍ସବ। ଏହି ଉତ୍ସବ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ବିରାଟ ପଟୁଆରରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ଲବର ସଦସ୍ୟ ଓ ଦଳୀୟ କର୍ମୀ ମାନେ ପାଛୋଟି ନେଇଥିଲେ। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ମୁଖ୍ୟ ଅତିଥୀ ପୁରସ୍କୃତ କରିବା ସହ ଅଞ୍ଚଳରେ ଯେଉଁଭଳି ଆର୍ଥିକ ଅଭିବୃଦ୍ଧି ଘଟିଛି ସେଇ ତୁଳନାରେ ବୋଧିକ ଅଭିବୃଦ୍ଧି ଘଟି ନାହିଁ ବୋଲି କହିଥିଲେ। ଏଥିପାଇଁ ସମସ୍ତଙ୍କର ଦାୟିତ୍ବ ରହିବାର ଆବଶ୍ୟକତା ଥିବା ମନ୍ତ୍ରୀ କହିବା ସହ ନିଜେ ଏହି ମାଟିର ପୁଅ ହିସାବରେ ଅଞ୍ଚଳକୁ ଆଗେଇ ନେବାକୁ ସମୟ ଆସିଥିବା କହିଥିଲେ। ଅଞ୍ଚଳରେ ଲୋକଙ୍କ ମୁଣ୍ଡ ପିଛା ଆୟ ବଡ଼ିଛି। କିନ୍ତୁ ଶିକ୍ଷା ଓ ଯେଉଁ ସାମାଜିକ ବିକାଶ ହେବା କଥା ହୋଇ ନଥିବା ମନ୍ତ୍ରୀ କହିଥିଲେ ।

ଅଧିକ ପଢନ୍ତୁ- ଅଯୋଧ୍ୟା ରାମ ମନ୍ଦିର ବୁଲିଯିବାକୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନ୍ୟପଟେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛତିଶଗଡ ଯାଇ ବିଧାନସଭା ନିର୍ବାଚନରେ ସାମିଲ ହୋଇଛନ୍ତି । ଝାରସୁଗୁଡାରୁ ସଡକ ପଥରେ ଯାଇ ଧର୍ମେନ୍ଦ୍ର ରାୟଗଡାରେ ଦଳୀୟ ବିଜୟ ବିଶ୍ବାସ ରାଲିରେ ସାମିଲ ହୋଇଥିଲେ । ଏହାସହ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲରେ ସାମିଲ ହୋଇଥିଲେ । ପରେ ଧର୍ମେନ୍ଦ୍ର ବିଜୟ ବିଶ୍ବାସ ରାଲିକୁ ସମ୍ବୋଧିତ କରି ଛତିଶଗଡରେ ପୁଣି ଥରେ ବିଜେପିକୁ ସୁଯୋଗ ଦେବା ପାଇଁ ଜନସାଧରଣଙ୍କୁ ଆହ୍ବାନ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details