ଓଡିଶା

odisha

By

Published : Jan 4, 2021, 4:55 PM IST

ETV Bharat / state

ଅନୁଗୋଳରେ ADCA ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଶେଷ

ADCAର ନବ ନିର୍ବାଚିତ କର୍ମକର୍ତ୍ତାମାନେ ସୋମବାର ଶପଥ ପାଠ ନେଇଛନ୍ତି । ଅଧିକ ପଢନ୍ତୁ...

New elected ADCA staffs taken oath in Anugul
ଜିଲ୍ଲାରେ ADCA ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଶେଷ

ଅନୁଗୋଳ:ଜିଲ୍ଲା କ୍ରିକେଟ ଆସୋସିଏସନର ନିର୍ବାଚନ ଶେଷ ହେବା ପରେ ସୋମବାର ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ଜିଲ୍ଲାରେ କ୍ରିକେଟର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ADCAର ସମସ୍ତ ନୂତନ କର୍ମକର୍ତ୍ତା କହିଛନ୍ତି ।

ଜିଲ୍ଲାରେ ADCA ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଶେଷ

ସଂଘର କାର୍ଯ୍ୟାଳୟ ତଥା କଦମ ପଡ଼ିଆରେ ଏକ ସ୍ବତନ୍ତ୍ର ସଭାର ଆୟୋଜନ କରାଯାଇଥିଲା । ସଭାପତି ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ଭାବେ ସାଗର ନାଥ ମିଶ୍ର, ଉପସଭାପତି ପ୍ରଭାତ କୁମାର ସିହ୍ନା ଓ ଅରୁଣ ପୁଷ୍ପାଳକ ଏବଂ କୋଷାଧ୍ୟକ୍ଷ ରଞ୍ଜନ କୁମାର ଧିରସାମନ୍ତ ନିର୍ବାଚିତ ହୋଇଛନ୍ତି ।

ଶପଥ ପାଠ ଉତ୍ସବରେ ସମସ୍ତ ନବ ନିର୍ବାଚିତ କର୍ମଚାରୀ ଜିଲ୍ଲାରେ କ୍ରିକେଟର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ନେଇଛନ୍ତି । ଆସୋସିଏସନର ନିର୍ବାଚନ ଅଧିକାରୀ ଓ ଓସିଏର ଉପ ସଭାପତି ଅକ୍ଷୟ କୁମାର ସାମନ୍ତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details