ଓଡିଶା

odisha

ETV Bharat / state

ଅନୁଗୋଳର ଅତ୍ୟାଧୁନିକ ବସ ଟର୍ମିନାଲ, ଗଡୁଛି ଦିନ ବଢୁଛି ଅଟକଳ ! - Angul bus terminal news

ଅନୁଗୋଳରେ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବହୁ ପ୍ରତୀକ୍ଷିତ ବସ୍‌ ଟର୍ମିଲା । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ଟର୍ମିଲା ପାଇଁ ଖର୍ଚ୍ଚ ହେଉଛି 59 କୋଟି ଟଙ୍କା। ପିପିପି ମୋଡରେ ଏହି ଟର୍ମିନାଲ କରାଯାଉଛି । ଏଠାରେ ଯାତ୍ରୀ ମାନଙ୍କ ପାଇଁ ପ୍ରତୀକ୍ଷା ଗୃହ ଠାରୁ ଆରମ୍ଭ କରି ରହିବା ପାଇଁ ଡର୍ମିଟରୀ, ରେଷ୍ଟୁରାଣ୍ଟ ଆଦିର ସମସ୍ତ ସୁବିଧା ସୁଯୋଗ ରହିଛି । ଖାଲି ସେତିକି ନୁହେଁ ବସ ଡ୍ରାଇଭର, ବସ ମାଲିକ ସଂଘ, ପୋଲିସ ଷ୍ଟେସନ ସହ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ଆଦିର ମଧ୍ୟ ବ୍ୟବସ୍ଥା ରହିଛି ।

ଅନୁଗୋଳର ଅତ୍ୟାଧୁନିକ ବସ ଟର୍ମିନାଲ, ଗଡୁଛି ଦିନ ବଢୁଛି ଅଟକଳ !
ଅନୁଗୋଳର ଅତ୍ୟାଧୁନିକ ବସ ଟର୍ମିନାଲ, ଗଡୁଛି ଦିନ ବଢୁଛି ଅଟକଳ !

By

Published : Oct 10, 2020, 11:40 AM IST

ଅନୁଗୋଳ: ସହରରେ ପ୍ରାୟ 10 ଏକର ପରିମିତ ଜାଗା ଉପରେ ନିର୍ମାଣ ଚାଲିଛି ଅତ୍ୟାଧୁନିକ ବସ ଟର୍ମିନାଲ । ଯାହା ପାଇଁ ଖର୍ଚ୍ଚ ହେଉଛି ପ୍ରାୟ 58 କୋଟି ଟଙ୍କା । ରାଜ୍ୟରେ ପ୍ରଥମକରି ଅତ୍ୟାଧୁନିକ ସୁବିଧା ଥାଇ ଏହି ବସ ଟର୍ମିନାଲ ପିପିପି ମୋଡରେ ନିର୍ମାଣ କରାଯାଉଛି । ଏଠାରେ ଏକକାଳୀନ କୋଡିଏରୁ ଅଧିକ ବସ ରହିବା ସହ ଯାତ୍ରୀମାନଙ୍କ ପାଇଁ ରହିଛି ସମସ୍ତ ସୁବିଧା ସୁଯୋଗ ।

ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷା ଗୃହ, ରେଷ୍ଟୁରାଣ୍ଟ, ରାତ୍ରିଯାପନର ବ୍ୟବସ୍ଥା ସହ କିଣାକିଣି ପାଇଁ ସପିଂମଲର ମଧ୍ୟ ବ୍ୟବସ୍ଥା ରହିଛି ଏହି ଟର୍ମିନାଲ ମଧ୍ୟରେ । ଯାହାକି ଓଡିଶାର ସବୁଠାରୁ ବଡ ଓ ଅତ୍ୟାଧୁନିକ ଟର୍ମିନାଲ ହେବ । ଖାଲିଯେ, ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ରହିଛି ତାହା ନୁହେଁ । ବସ ଡ୍ରାଇଭର ମାନଙ୍କ ପାଇଁ ରେଷ୍ଟରୁମ, ତେଲ ଟାଙ୍କି, ଗାଡି ମରାମତିର ସୁବିଧା, ପୋଲିସ ଷ୍ଟେସନ, ବସ ମାଲିକଙ୍କ ପାଇଁ ଘର ଆଦିର ବ୍ୟବସ୍ଥା ରହିଛି ।

ଅନୁଗୋଳର ଅତ୍ୟାଧୁନିକ ବସ ଟର୍ମିନାଲ, ଗଡୁଛି ଦିନ ବଢୁଛି ଅଟକଳ !

ତେବେ ଏହି ବସ ଟର୍ମିନାଲ କାର୍ଯ୍ୟ ବିଳମ୍ବକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି । 2012 ମସିହାରୁ ଏମଓୟୁ ହୋଇଥିବାବେଳେ କାର୍ଯ୍ୟ କିନ୍ତୁ ମନ୍ଥର ଗତିରେ ଚାଲିଛି । ଅନେକ ସମୟରେ ଏହାର ନିର୍ମାଣ କରୁଥିବା ମିଲନ ଡେଭଲପର ଓ ଅନ୍ୟ ସରକାରୀ ବିଭାଗ ମଧ୍ୟରେ ତାଳମେଳ ଅଭାବ କାରଣରୁ କାର୍ଯ୍ୟ ବିଳମ୍ବ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି ।

ଏସବୁ ଭିତରେ ଏହି ଅତ୍ୟାଧୁନିକ ନିର୍ମାଣଧୀନ ବସ ଟର୍ମିନାଲର ସ୍ଥିତି ସମୀକ୍ଷା କରିଛନ୍ତି ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ସବୁ ବିଭଗ ଅଧିକାରୀ, ନିର୍ମାଣ କଯ୍ୟକରୁଥିବା ମିଲନ ଡେଭଲପରର କର୍ମଚାରୀଙ୍କୁ ଡାକି ମାର୍ଚ୍ଚ ମାସ ସୁଦ୍ଧା ଏହି ଟର୍ମିନାଲ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦିଆଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details