ଅନୁଗୋଳ: ନିଜ ଦାଦାକୁ ପିଟିପିଟି ମାରିଦେଲେ ପୁତୁରା । ଘରୋଇ କଳିକୁ କେନ୍ଦ୍ର କରି ପୁତୁରାମାନେ ଘଟାଇଛନ୍ତି ଜଘନ୍ୟ ହତ୍ୟାକାଣ୍ଡ । ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଶୁକ୍ରବାର ଘଟିଛି ଏହି ନୃଶଂସ କାଣ୍ଡ । ମୃତକ ଗଙ୍ଗାକୁ ନିଜର 3 ପୁତୁରା ହତ୍ୟା କରି ଫେରାର ମାରିଥିବା ସୂଚନା ମିଳିଛି । ଅଭିଯୁକ୍ତମାନଙ୍କ ନାମ ପ୍ରକାଶ କରିନାହିଁ ପୋଲିସ ।
ପୂର୍ବରୁ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗତକାଲି(ଗୁରୁବାର) ରାତିରେ ପୁଣି ଥରେ ଦାଦା ଓ ପୁତୁରାମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ୩ଜଣ ପୁତୁରା ଠେଙ୍ଗାରେ ପିଟିପିଟି ଗଙ୍ଗାକୁ ମାରି ଦେଇଥିଲେ । ଏନେଇ ମୃତକଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।