ଓଡିଶା

odisha

ETV Bharat / state

ନବରାତ୍ରି: ଦାଣ୍ଡିଆ ନୃତ୍ୟରେ ଝୁମିଲେ ଅନୁଗୋଳବାସୀ - dandia dance in Angul

ଶେଷ ହୋଇଛି ମା’ଙ୍କର ନବରାତ୍ରି ପୂଜା । ପୂଜାର ଶେଷଦିନ ଅର୍ଥାତ ନବମୀ ରାତିରେ ଅନୁଗୋଳରେ ପ୍ରଥମ କରି ଆୟୋଜିତ ହୋଇଥିଲା ଦାଣ୍ଡିଆ ନୃତ୍ୟ । ଯେଉଁଥିରେ ସାମିଲ ହୋଇଥିଲେ ସବୁବର୍ଗର ଲୋକେ ।

ଡିଜାଇନ ଫଟୋ

By

Published : Oct 8, 2019, 10:11 AM IST

ଅନୁଗୋଳ: ଶାରଦୀୟ ଉତ୍ସବରେ ସମସ୍ତେ ମତୁଆଲା । ମା’ଙ୍କ ଧରାବତରଣରେ ପୁଲକିତ ଲୋକେ । ଏହାରି ଭିତରେ ଶେଷ ହୋଇଛି ମା’ଙ୍କର ନବରାତ୍ରି ପୂଜା । ପୂଜାର ଶେଷଦିନ ଅର୍ଥାତ ନବମୀ ରାତିରେ ଅନୁଗୋଳରେ ପ୍ରଥମ କରି ଆୟୋଜିତ ହୋଇଥିଲା ଦାଣ୍ଡିଆ ନୃତ୍ୟ । ଯେଉଁଥିରେ ସାମିଲ ହୋଇଥିଲେ ସବୁବର୍ଗର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଶେଷ ହୋଇଛି ଦେବୀ ଦୁର୍ଗାଙ୍କର ନବରାତ୍ରି ପୂଜା । ମାଙ୍କ ଆରାଧନାକୁ ନେଇ ସବୁଠି ଭକ୍ତି ପୂର୍ଣ୍ଣ ବାତାବରଣ ଥିବାବେଳେ ନବରାତ୍ରି ପୂଜାର ଶେଷ ରାତିରେ ଆୟୋଜିତ ହୋଇଛି ଦାଣ୍ଡିଆ ନୃତ୍ୟ । ଅନୁଗୋଳର ସବୁଠାରୁ ପୁରୁଣା ପୂଜା ମଣ୍ଡପ ଅମଲାପଡା ଏଥର 94 ବର୍ଷ ପୂଜା ଅବସରରେ ଆୟୋଜନ କରିଥିଲା ଏହି ଦାଣ୍ଡିଆ ନୃତ୍ୟ । ଯାହାକୁ କେହିବି ହାତ ଛଡା କରି ନଥିଲେ ।

ସବୁ ବର୍ଗର ପୁରୁଷ ଓ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ଦାଣ୍ଡିଆର ଧୁନରେ ପାଦ ପକାଇଥିଲେ । ସନ୍ଧ୍ୟାରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଦାଣ୍ଡିଆ ନୃତ୍ୟର ଆସର । ଦାଣ୍ଡିଆ ନୃତ୍ୟର ତାଳରେ ସମସ୍ତେ ପାଦରେ ପାଦ ପକାଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଝୁମିଥିଲେ । ଏହା ସାଙ୍ଗକୁ ଡିଜେ ସାଉଣ୍ଡର ଧମାଲ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିଥିଲା । ସହରରେ ପ୍ରଥମ କରି ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ସମସ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା ।


ସେହିପରି ଆଜି ବିଜୟା ଦଶମୀ ଥିବାରୁ ମଣ୍ଡପରେ ରାବଣ ପୋଡି ହେବାର କାର୍ଯ୍ୟକ୍ରମ ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details