ଅନୁଗୋଳ: ଆରମ୍ଭ ହୋଇଛି ଜାତୀୟ ମହିଳା ଭଳିବଲ ଟୁର୍ଣ୍ଣାମେଣ୍ଟ। ଅନୁଗୋଳ ଜିଲ୍ଲା କଣିହାଁରେ ଏନଟିପିସି ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 6 ଟି ମହିଳା ଦଳ ଭାଗ ନେଇଛନ୍ତି । ପ୍ରଥମ ମ୍ୟାଚ ବିହାର ଓ ଛତିଶଗଡ଼ ମଧ୍ୟରେ ଖେଳାଯାଇଥିଲା ।
ଏନଟିପିସିରେ ଜାତୀୟ ମହିଳା ଭଳିବଲ ଟୁର୍ଣ୍ଣାମେଟ - national thermal power corporation in anugul
ଏନଟିପିସି ପକ୍ଷରୁ ଆରମ୍ଭ ହୋଇଛି ଜାତୀୟ ମହିଳା ଭଳିବଲ ଟୁର୍ଣ୍ଣାମେଟ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 6 ଟି ମହିଳା ଦଳ ଭାଗ ନେଇଥିଲାବେଳେ ପ୍ରଥମ ମ୍ୟାଚ ବିହାର ଓ ଛତିଶଗଡ଼ ମଧ୍ୟରେ ଖେଳାଯାଇଥିଲା । ଅଧିକ ପଢନ୍ତୁ...

ଏନଟିପିସି ରେ ଜାତୀୟ ମହିଳା ଭଳିବଲ ଟୁର୍ଣ୍ଣାମେଟ
ଏନଟିପିସି ରେ ଜାତୀୟ ମହିଳା ଭଳିବଲ ଟୁର୍ଣ୍ଣାମେଟ
ଅନୁଗୋଳ ଜିଲ୍ଲା କଣିହାଁ ଠାରେ ଥିବା ପ୍ଲାଣ୍ଟର ସ୍ପୋର୍ଟ୍ସ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଭଳିବଲ ଟୁର୍ଣ୍ଣାମେଟର ଏହି ମ୍ୟାଚକୁ ଉଦଘାଟନ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଉଦଘାଟନ ମ୍ୟାଚରେ ବିହାର ଓ ଛତିଶଗଡ଼ ମଧ୍ୟରେ ଖେଳାଯାଇଥିବା ବେଳେ ଏଥିରେ ଛତିଶଗଡ଼ ଦଳ ବିଜୟୀ ହୋଇଥିଲା । ସେହିପରି ଦ୍ଵିତୀୟ ମ୍ୟାଚ ୱେଷ୍ଟବେଙ୍ଗଲ ଦଳ ବିଜୟୀ ହୋଇଥିଲା । ଉଭୟ ଲିଗ ଓ ନକଆଉଟ ପର୍ଯ୍ୟାୟରେ ଏହି ମ୍ୟାଚ ଖେଳାଯାଉଛି । ଏହାର ଉଦଘାଟନ ଉତ୍ସଵ ରେ ସାଂସଦଙ୍କ ସହ ଏନଟିପିସିର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ