ଅନୁଗୋଳ: ଅହିଂସା ସତ୍ୟ ଓ ଧର୍ମକୁ ନେଇ ବଞ୍ଚିବାର ତାଡନା କେତେ ଯେ ଯନ୍ତ୍ରଣାଦାୟକ ? ବର୍ତ୍ତମାନର ସମାଜ ସହ ତାଳ ମିଶାଇ ଚାଲିବା କଷ୍ଟକର ତଥାପି ନୀତି ଓ ଆଦର୍ଶର ମଣିଷ କେବେବି ଛାଡିପାରିନି ଗାନ୍ଧୀଜୀଙ୍କ ସେହି ବାର୍ତ୍ତା । ଏହିଭଳି ସମାଜ ସୁଧାରକ ବାର୍ତ୍ତା ଦେଖିବାକୁ ମିଳିଥିଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ । ଅନ୍ୟାୟକୁ ବରଦାସ୍ତ କରୁ ନ ଥିବା ଜଣେ ଗାନ୍ଧୀବାଦି ମଣିଷ ଚିନ୍ତାଧାରା ଉପରେ ମଞ୍ଚସ୍ଥ ହୋଇଥିଲା ନାଟକ 'ଘଡି କେ ଘୋଡା ଛୁଟୁଛି' ।
ଅନୁଗୋଳ ସଭାଘର ଠାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ନାଟକ ମହୋତ୍ସବ । ମହୋତ୍ସବର ପ୍ରଥମ ସନ୍ଧ୍ୟା ଥିଲା ସମ୍ପୂର୍ଣ୍ଣ ଅଲଗା । ଅହିଂସା ସତ୍ୟ ଓ ଧର୍ମକୁ ନେଇ ବଞ୍ଚିଥିବା ମଣିଷ କିଭଳି ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ନିଜର ଗାନ୍ଧୀବାଦୀ ନୀତି ଆଦର୍ଶକୁ ଛାଡି ନାହିଁ ତାକୁ ନେଇ ମଞ୍ଚସ୍ତ ହୋଇଥିଲା ନାଟକ ।