ଅନୁଗୋଳ: ଜିଲ୍ଲାରେ ଚାଲିଥିବା ରାଜ୍ୟସ୍ତରୀୟ 46 ତମ ଜୁନିୟର କବାଡି ଚମ୍ପିୟାନସିପ ଶେଷ ହୋଇଛି । ଏହି ପ୍ରତିଯୋଗୀତାର ବାଳକରେ କଟକ ଓ ବାଳିକାରେ ଖୋର୍ଦ୍ଧା ଚମ୍ପିୟାନ ।
ଜିଲ୍ଲାର ତାଳଚେରରେ ଥିବା ଟିଟିପିଏସ ଶକ୍ତି ଷ୍ଟାଡିୟମରେ ଏହି ରାଜ୍ୟସ୍ତରୀୟ ମ୍ୟାଚ ଚାଲିଥିଲା । ହୋଇଥିବା ପ୍ରତିଯୋଗୀତାର ଫାଇନାଲ ମ୍ୟାଚର ବାଳକ ବିଭାଗରେ କଟକ ଟିମ ୪୬-୩୧ ରେ ଜଗତସିଂହପୁରକୁ ହରାଇ ଚମ୍ପିଆନ ହୋଇଛି । ସେହିପରି ବାଳିକା ବିଭାଗରେ ଖୋର୍ଦ୍ଧା ଟିମ କିଟ୍ ଭୁବନେଶ୍ବରକୁ ୩୯-୨୫ରେ ହରାଇ ଏଥରର ଚମ୍ପିଆନ ହୋଇଛି । ଏହି ରାଜ୍ୟସ୍ତରୀୟ ଚମ୍ପିଆନସିପରେ ୨୫ ଟି ବାଳକ ଟିମ ସହ ୧୭ ଟି ବାଳିକା ଟିମ ଭାଗ ନେଇଥିଲେ ।