ଓଡିଶା

odisha

ETV Bharat / state

ମରଣଯନ୍ତା ପାଲଟିଛି ୫୫ନଂ ଏନ୍‌ଏଚ୍, ବଅଁରପାଳ ଠାରୁ ରନ୍ତଲେଇ NH ମରାମତି ପାଇଁ 5 କୋଟିର ବ୍ୟୟ ବରାଦ - ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଗମନାଗମନ ପାଇଁ ୫୫ ନମ୍ବର ଜାତୀୟ ରାଜପଥରେ ଜିଲ୍ଲା ସମେତ ଜିଲ୍ଲା ବାହାରର ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ ଓ ଜିଲ୍ଲାର ବିଧାୟକଙ୍କୁ ନେଇ ଆଲୋଚନା ଶେଷ ହୋଇଛି । ଅଧିକ ପଢନ୍ତୁ...

ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ, ବଅଁରପାଳ ଠାରୁ ରନ୍ତଲେଇ NH ମରାମତି ପାଇଁ 5 କୋଟିର ବ୍ୟୟ ବରାଦ
ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ, ବଅଁରପାଳ ଠାରୁ ରନ୍ତଲେଇ NH ମରାମତି ପାଇଁ 5 କୋଟିର ବ୍ୟୟ ବରାଦ

By

Published : Sep 29, 2021, 8:43 PM IST

ଅନୁଗୋଳ: 55 ନଂ ଜାତୀୟ ରାଜପଥ ଏବେ ଗମନାଗମନ ପାଇଁ ଉପଯୁକ୍ତ ନୁହେଁ । ରାସ୍ତା ନିର୍ମାଣ ଆଳରେ ସହର ମଧ୍ୟରେ ଥିବା ରାଜପଥ ପାଲଟିଛି ମରଣ ଯନ୍ତା । ଯାହାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି ମନ୍ତ୍ରୀ । ଜିଲ୍ଲାରେ ରାଜପଥ ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା । ଏନେଇ ଆଜି (ବୁଧବାର) ଜିଲ୍ଲାର ସର୍କିଟ ହାଉସ ଠାରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ୫୫ନମ୍ବର ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ପାଲଲହଡ଼ା ବିଧାୟକ ମୁକେଶ ପାଳ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏ ପ୍ରମୁଖଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟାଦେଶ ପାଇଥିବା ସଂସ୍ଥାର ଅଧିକାରୀ ମାନେ ଯୋଗ ଦେଇଥିଲେ ।

ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ, ବଅଁରପାଳ ଠାରୁ ରନ୍ତଲେଇ NH ମରାମତି ପାଇଁ 5 କୋଟିର ବ୍ୟୟ ବରାଦ

ତେବେ ମଙ୍ଗୁଳି ଠାରୁ ଅନୁଗୋଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମନ୍ତ୍ରୀ ତାଗିଦ ମଧ୍ୟ କରିଛନ୍ତି । ଏନେଇ ଆଗାମୀ ୬ମାସ ମଧ୍ୟରେ ରାସ୍ତାର ଗୋଟିଏ ପାର୍ଶ୍ଵ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ତେଣୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ ନହେଲେ କାର୍ଯ୍ୟାଦେଶ ପାଇଥିବା ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଏହାଛଡା ଅନୁଗୋଳ ସହର ଦେଇ ଯାଇଥିବା ରାସ୍ତା ମରଣଯନ୍ତା ପାଲଟିଥିବାରୁ ତୁରନ୍ତ ମରାମତି କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ସପ୍ତାହରେ ଟେଣ୍ଡର କରାଯିବ । ୫କୋଟି ଟଙ୍କା ବ୍ୟୟରେ ଖୁବ ଶୀଘ୍ର ମରାମତି କାର୍ଯ୍ୟ ଶେଷ ହେବ ବୋଲି ବୈଠକରେ ସ୍ଥିର କରାଗଲା । ଏହା ବ୍ୟତୀତ ଜିଲ୍ଲାର ଯେଉଁ ବ୍ଲକ ଗୁଡିକରେ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି, ସେଗୁଡିକ ତୁରନ୍ତ ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details