ଅନୁଗୋଳ: କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର, ଘରୋଇକରଣ ଓ ଶ୍ରମ ଆଇନ ପରିବର୍ତ୍ତନକୁ ଆଲୁମିନିୟମ ମଜଦୁର ସଂଘର ପ୍ରତିବାଦ । ଏନେଇ ସଙ୍ଘ ପକ୍ଷରୁ ଅନୁଗୋଳ ସ୍ମେଲ୍ଟର ପ୍ଳାଣ୍ଟ ସମ୍ମୁଖରେ ଧାରଣା ସହ ଗେଟ୍ ମିଟିଂ ମଧ୍ୟ କରାଯାଇଛି ।
ସଂଘ ଅଭିଯୋଗ କରିଛି ଯେଉଁ ସରକାରରେ ବେରୋଜଗାରି ବଢିଛି ସେଭଳି ସ୍ଥଳରେ ପୁଞ୍ଜି ପ୍ରତ୍ୟାହାର ହେଲେ ରାଷ୍ଟ୍ରାୟତଃ ଉଦ୍ୟୋଗ ଗୁଡିକ ଘରୋଇ ମାଲିକାନାକୁ ଚାଲିଯିବ । ନାଲକୋରେ ମାତ୍ର ସରକାରୀ ପୁଞ୍ଜି ୫୧ ପ୍ରତିଶତ ରହିଛି । ସେଥିରୁ ୨୫ ପ୍ରତିଶତ ପୁଞ୍ଜି କାଢି ନେବାକୁ କେନ୍ଦ୍ର ଚକ୍ରାନ୍ତ କରୁଥିବା ହେତୁ ଏହା ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ସଫା ସଫା କହିଛି ।