ଅନୁଗୋଳ: ଜିଲ୍ଲାର ବିକ୍ରମପୁର ଥାନା FCIର ଚର୍ଚ୍ଚ ନିକଟରେ ଘଟିଛି ହତ୍ୟାକାଣ୍ଡ । ଲୁହା ରଡରେ ପିଟି ନାଲକୋର ଜଣେ ଠିକା କର୍ମଚାରୀଙ୍କୁ କେହି ହତ୍ୟା କରି ଫେରାର ହୋଇ ଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲାର ଜିତେନ୍ଦ୍ର ସାଥୁଆ ନାମକ ଜଣେ ବ୍ୟକ୍ତି ନାଲକୋରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ସେ ତାଳଚେର ବାଘମରା ଅଞ୍ଚଳରେ ରୁହନ୍ତି । ଗତକାଲି(ଶୁକ୍ରବାର) ରାତିରେ ସେ ନାଲକୋ ଡ୍ୟୁଟି ଯାଇଥିଲେ ।
ତେବେ ଆଜି ସକାଳୁ FCI ଚର୍ଚ୍ଚ ନିକଟରେ ତାଙ୍କର ରକ୍ତାକ୍ତ ମୃତଦେହ ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତାଙ୍କ ପର୍ସରେ ଥିବା ଆଇ କାର୍ଡ଼ରୁ ପରିଚୟ ଜାଣିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଜିତେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପାଖରେ ତାଙ୍କ ମୋଟରସାଇକେଲ ଓ ପକେଟ ବଦଳରେ ଅଣ୍ଟାରେ ପର୍ସ ଏବଂ ମୃତଦେହ ଉପରେ ଗାଡିର ଚାବି ପଡିଛି ।