ଅନୁଗୋଳ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ମହିଳା ଙ୍କୁ ଘରୁ ଟାଣି ଆଣି କଟୁରିରେ ହାଣିଲା ଯୁବକ । ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗେଡି଼ଆ ସଜରା ସାହି ରେ ଘଟିଛି ଘଟଣା । ସଜରାସାହିର ଶମ୍ଭୁନାଥ ସାହୁ ନାମକ ଜଣେ ଯୁବକ ଏକ କଟୁରି ଧରି ସାହିରେ ବୁଲିବା ସହ ପଡିଶା ଘରର କିଛି ମହିଳାଙ୍କ ସହ ପାଟିତୁଣ୍ଡ କରୁଥିଲେ ।
ପଡିଶା ଘର ମହିଳା ରେବତୀ ସାହୁ ତାଙ୍କ ଝିଅ ମାନଙ୍କ ସହ ବସି ଘର ଭିତରେ ବିଡ଼ି ତିଆରି କରୁଥିବା ବେଳେ ହଠାତ ଶମ୍ଭୁନାଥ ସେଠାରେ ପହଞ୍ଚି ରେବତୀଙ୍କୁ ପାଟି ତୁଣ୍ଡ କରିଥିଲା । ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହେବା ବେଳେ ଶମ୍ଭୁ କଟୁରି ଧରି ରେବତୀଙ୍କୁ ମାରି ଗୋଡାଇ ଥିଲା । ରେବତୀ ଦୌଡ଼ି ପଳାଇବା ସମୟରେ ଶମ୍ଭୁ ତାଙ୍କ ତଣ୍ଟିକୁ ହାଣି ଦେଇଥିଲା ।