ଓଡିଶା

odisha

ETV Bharat / state

କୂଅରୁ ଉଦ୍ଧାର ହେଲା ମୁଣ୍ଡ ବିହୀନ ମୃତଦେହ

ଅନୁଗୋଳ ଜିଲ୍ଲାରେ ଯୁବକକୁ ବିଭତ୍ସ ହତ୍ୟା । ରେଙ୍ଗାଲି ଥାନା ଅଞ୍ଚଳରେ କୂଅରୁ ଉଦ୍ଧାର ହେଲା ମୁଣ୍ଡ ବିହୀନ ମୃତଦେହ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ।

murder-case-in-rengali-police-station-anugul-district
ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

By

Published : Nov 28, 2019, 5:28 PM IST

ଅନୁଗୋଳ: ବିଭତ୍ସ ହତ୍ୟାକାଣ୍ଡ। କୂଅ ଭିତରୁ ଉଦ୍ଧାର ହେଲା ମୁଣ୍ଡ ବିହୀନ ମୃତଦେହ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ଅନୁଗୋଳ ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଲିପଶି ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ। ଯୁବକକୁ ହତ୍ୟା ପରେ ମୁଣ୍ଡ ଗଣ୍ଡି ଅଲଗା କରି କୂଅରେ ଫିଙ୍ଗି ଦେଇଛନ୍ତି ଦୁବୁର୍ତ୍ତ । ବାଲିପଶି ଗାଁର ଦୁର୍ଯ୍ୟୋଧନ ତୁଙ୍ଗକୁ କେହି ହତ୍ୟା କରି କୂଅରେ ପିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଦୁର୍ଯ୍ୟୋଧନ ଗତକାଲି ଠାରୁ ଘରୁ କୌଣସି କାମରେ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ । ଆଜି ସକାଳେ କୂଅରେ ତାଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିବା ଗାଁ ଲୋକେ ଦେଖିଥିଲେ । ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ ପୋଲିସ ଟିମ ସହିତ ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଅଗ୍ନିଶମ ବିଭାଗ ସହାୟତାରେ କୂଅରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ଉଦ୍ଧାର ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଅନ୍ୟ ମହିଳାଙ୍କ ସହ ସମ୍ପର୍କକୁ ନେଇ ଗତ କିଛିଦିନ ତଳେ ମୃତ ଦୁର୍ଯ୍ୟୋଧନ ସହ ସମ୍ପୃକ୍ତ ମହିଳାଙ୍କ ପରିବାରର ଗଣ୍ଡଗୋଳ ହୋଇଥିବା ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details