ଅନୁଗୋଳ: ଜିଲ୍ଲାରେ ଶୃଙ୍ଖଳିତ ଭାବେ ସରିଛି ପୌର ମତଦାନ । ଅନୁଗୋଳରେ ୨ ଟି ପୌର ପରିଷଦ ଓ ଗୋଟିଏ NAC ପାଇଁ ମତ ସାବ୍ୟସ୍ତ କରିଛନ୍ତି ମତଦାତା । ନିର୍ବାଚନ ପରେ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ପହଞ୍ଚିଛି EVM ।
ସନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ ବୁଥରୁ ପୁଲିଂ ପାର୍ଟି ଫେରି ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚିଥିଲେ । ଅନୁଗୋଳ ମ୍ୟୁନିସପାଲଟିର ସରକାରୀ ମହାବିଦ୍ୟାଳୟରେ ଇଭିଏମ ରଖିବା ଏବଂ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଥିବାରୁ ସେଠାକୁ ସବୁ ଇଭିଏମ ସୁରକ୍ଷିତ ଭାବେ ଅଣା ଯାଇଛି । ସେହିପରି ତାଳଚେର ମ୍ୟୁନିଷପାଲିଟିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଭା ଘରେ ଇଭିଏମ ରଖାଯିବା ଏବଂ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି ।