ଓଡିଶା

odisha

ETV Bharat / state

ରାମ ମନ୍ଦିର ପାଇଁ ଅକ୍ଷତ ଏବଂ ନିମନ୍ତ୍ରଣ ବାଣ୍ଟିଲେ ମୃଦୁଳା ଠାକୁର - ମୃଦୁଳା ଠାକୁର ବାଣ୍ଟିଲେ ନିମନ୍ତ୍ରଣ

Ram Temple Inauguration Invitation: ଅନୁଗୋଳରେ ଅକ୍ଷତ ଓ ନିମନ୍ତ୍ରଣ ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ । ଅଧିକ ପଢନ୍ତୁ

ରାମ ମନ୍ଦିର ପାଇଁ ଅକ୍ଷତ ଏବଂ ନିମନ୍ତ୍ରଣ ବାଣ୍ଟିଲେ ମୃଦଳା ଠାକୁର
ରାମ ମନ୍ଦିର ପାଇଁ ଅକ୍ଷତ ଏବଂ ନିମନ୍ତ୍ରଣ ବାଣ୍ଟିଲେ ମୃଦଳା ଠାକୁର

By ETV Bharat Odisha Team

Published : Jan 13, 2024, 4:50 PM IST

ନିମନ୍ତ୍ରଣ ବାଣ୍ଟିଲେ ମୃଦୁଳା ଠାକୁର

ଅନୁଗୋଳ:ଶ୍ରୀରାମ ମନ୍ଦିର ପାଇଁ ଚଳଚଞ୍ଚଳ ପଲ୍ଲୀ ଠାରୁ ଦିଲ୍ଲୀ । ଆସନ୍ତା 22 ତାରିଖରେ ଯେଉଁ ଐତିହାସିକ ନଗରୀ ଅଯୋଧ୍ୟାରେ ପ୍ରଭୁ ରାମଙ୍କର ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସରା ଦେଶରେ ଅକ୍ଷତ ଓ ନିମନ୍ତ୍ରଣ ବଣ୍ଟନ କରାଯାଉଛି । ଏହି ଅବସରରେ ଆଜି ଅନୁଗୋଳ ସହରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ବଣ୍ଟାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ଯୋଗ ଦେଇଛନ୍ତି ।

ଅକ୍ଷତ ଓ ନିମନ୍ତ୍ରଣ ବାଣ୍ଟିଛନ୍ତି ମୃଦୁଳା ଠାକୁର । ସହରର ରାଧାରମଣ ପଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି କର୍ମୀଙ୍କ ସହ ମିଶି ନିମନ୍ତ୍ରଣ ପତ୍ର ଓ ଅକ୍ଷତ ବାଣ୍ଟିଥିଲେ ମୃଦୁଳା ଠାକୁର । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ସାରା ଦେଶ ଏବେ ଉତ୍ସବ ମୁଖର । ସେଥିପାଇଁ ଗାଁ ଗାଁରେ ଅକ୍ଷତ ବଣ୍ଟନ ଓ ନିମନ୍ତ୍ରଣ କାର୍ଯ୍ୟକ୍ରମ ଚାଲିଛି । ଏହି ଅବସରରେ ଅନୁଗୋଳ ସହର ୧୫ନମ୍ବର ୱାର୍ଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଯୋଗ ଦେଇ ଘର ଘର ବୁଲି ଅକ୍ଷତ ବଣ୍ଟନ ଓ ନିମନ୍ତ୍ରଣ କରିଥିଲେ । ଶତାଧିକ ଭାଜପା କର୍ମୀ, ରାମ ଭକ୍ତ ନାମ ସଂକୀର୍ତ୍ତନ କରି ବୁଲି ଥିଲେ ।

ଅଯୋଧ୍ୟାରେ ଶ୍ରୀରାମ ଲାଲା ଜନ୍ମ ଭୂମି ମନ୍ଦିର ଦର୍ଶନ ପାଇଁ ଅଯୋଧ୍ୟା ଯିବାପାଇଁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ବାଣ୍ଟି ନିଜକୁ ଧନ୍ୟମନେ କରିଥିବା କହିଛନ୍ତି ମୃଦୁଳା ଠାକୁର । ସେଅନୁଗୋଳରେ ପହଞ୍ଚିବା ପରେ ବିଜେପି କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ । ଆସନ୍ତା 22 ତାରିଖରେ ଯେଉଁ ଐତିହାସିକ ନଗରୀ ଅଯୋଧ୍ୟାରେ ପ୍ରଭୁ ରାମଙ୍କର ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ସେନେଇ ଏହି ନିମନ୍ତ୍ରଣ ପତ୍ର ବାଣ୍ଟିବା ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ବିଜେପି କର୍ମୀ ।

ଏହା ମଧ୍ୟ ପଢନ୍ତୁ .....ଅଯୋଧ୍ୟା ଉତ୍ସବ, ନିମନ୍ତ୍ରଣ ବାଣ୍ଟିଲେ ଧର୍ମେନ୍ଦ୍ର

ଏହା ମଧ୍ୟ ପଢନ୍ତୁ ......ଅଯୋଧ୍ୟାରୁ ବାଲିଅନ୍ତା ଆସିଲା ଅକ୍ଷତ କଳସ, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି

ବର୍ତ୍ତମାନ ଦେଶବାସୀ ପ୍ରାଣ ପତିଷ୍ଠା ଦିନ ପାଇଁ ଅପେକ୍ଷାରତ । ତେଣୁ ସମସ୍ତେ ଏହି ଦିନରେ ସାମିଲ ହେବେ । ଏହି ଦିନ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ 1500 ଦୀପ ଦାନ କରାଯିବ । ଏହା ସହ ଏଲିଡି ମଧ୍ୟମରେ ଲୋକଙ୍କୁ ମନ୍ଦିର ଉଦଘାଟନ ଉତ୍ସବର କାର୍ଯ୍ୟକ୍ରମ ଦେଖିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।


ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details