ଓଡିଶା

odisha

ETV Bharat / state

ଅନୁଗୋଳ ଜିଲ୍ଲାରେ ଦୁଇଟି କେନ୍ଦ୍ରରେ ପରୀକ୍ଷା ଦେଲେ 1200ରୁ ଅଧିକ ଛାତ୍ରଛାତ୍ରୀ - ଅନୁଗୋଳ ଜିଲ୍ଲାରେ ନିଟ୍ ପରୀକ୍ଷା

ଅନୁଗୋଳ ଜିଲ୍ଲାରେ କୋଭିଡ ଗାଇଡ଼ଲାଇନର ପାଳନ ସହ ଦୁଇଟି କେନ୍ଦ୍ରରେ ନିଟ୍ ପରୀକ୍ଷା ଦେଲେ 1200 ରୁ ଅଧିକ ଛାତ୍ରଛାତ୍ରୀ ।

More than twelve hundred candidates appeared NEET entrance exam in Anugul district
ଜିଲ୍ଲାରେ ଦୁଇଟି କେନ୍ଦ୍ରରେ ପରୀକ୍ଷା ଦେଲେ 1200ରୁ ଅଧିକ ଛାତ୍ରଛାତ୍ରୀ

By

Published : Sep 13, 2020, 8:03 PM IST

ଅନୁଗୋଳ: ଜିଲ୍ଲାରେ ଦୁଇଟି କେନ୍ଦ୍ରରେ ନିଟ୍ ପରୀକ୍ଷା ଦେଲେ 1200 ରୁ ଅଧିକ ଛାତ୍ରଛାତ୍ରୀ । କୋଭିଡ ଗାଇଡ଼ଲାଇନର ପାଳନ ସହ ସଂପୂର୍ଣ୍ଣ ହେଲା ପରୀକ୍ଷା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି(ୟୁଜି) ରବିବାର ଶେଷ ହୋଇଛି।

ଜିଲ୍ଲାରେ ଦୁଇଟି କେନ୍ଦ୍ରରେ ପରୀକ୍ଷା ଦେଲେ 1200ରୁ ଅଧିକ ଛାତ୍ରଛାତ୍ରୀ
ଜିଲ୍ଲାରେ ଦୁଇଟି କେନ୍ଦ୍ରରେ ପରୀକ୍ଷା ଦେଲେ 1200ରୁ ଅଧିକ ଛାତ୍ରଛାତ୍ରୀ

ଅନୁଗୋଳ ଜିଲ୍ଲାରେ ଏହି ପ୍ରବେଶିକା ପରୀକ୍ଷା ଦେଇଛନ୍ତି ୧୨୦୦ ରୁ ଅଧିକ ଛାତ୍ର ଛାତ୍ରୀ । ସମଗ୍ର ରାଜ୍ୟରେ ୮୩ଟି କେନ୍ଦ୍ରରେ ମୋଟ ୩୭,୪୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଜିଲ୍ଲାର ବଅଁରପାଳରେ ଥିବା ଡିପିଏସ ସ୍କୁଲ ଓ ବ୍ଲକର ଆରାହାଟ ଠାରେ ନାରାୟଣୀ ଇନଷ୍ଟିଚ୍ୟୁଟରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । କୋଭିଡ କଟକଣା ମଧ୍ୟରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପରୀକ୍ଷା କେନ୍ଦ୍ରରେ କରାଯାଇଥିଲା ।

ଜିଲ୍ଲାରେ ଦୁଇଟି କେନ୍ଦ୍ରରେ ପରୀକ୍ଷା ଦେଲେ 1200ରୁ ଅଧିକ ଛାତ୍ରଛାତ୍ରୀ

ପରୀକ୍ଷାର୍ଥୀଙ୍କୁ ମାକ୍ସ, ସାନିଟାଇଜର ଦିଆଯାଇ ଥିବା ବେଳେ ସମାଜିକ ଦୂରତ୍ୱ ରକ୍ଷା ପାଇଁ ଧ୍ୟାନ ଦିଆଯାଇଥିଲା। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ଏଥିପାଇଁ ଛାତ୍ରଛାତ୍ରୀ ଅପରାହ୍ନ ୧୧ଟା ୩୦ରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା ।

ଜିଲ୍ଲାରେ ଦୁଇଟି କେନ୍ଦ୍ରରେ ପରୀକ୍ଷା ଦେଲେ 1200ରୁ ଅଧିକ ଛାତ୍ରଛାତ୍ରୀ

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details