ଅନୁଗୋଳ: ଫାଇଲେରିଆ ବଟିକା ଖାଇ 40ରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଘଟଣା ଘଟିଛି ଅନୁଗୋଳ ବ୍ଲକ ନୂଆକ୍ଷେତା ସ୍କୁଲରେ ।
ଫାଇଲେରିଆ ବଟିକା ଖାଇ 40ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ - ଅନୁଗୋଳ ଖବର
ଅନୁଗୋଳ ବ୍ଲକ ନୂଆଖେତା ସ୍କୁଲରେ ଅଭାବନୀୟ ଘଟଣା । ଫାଇଲେରିଆ ବଟିକା ଖାଇ 40ରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...
ସୂଚନାନୁଯାୟୀ, ସୋମବାର ସକାଳେ ସ୍କୁଲରେ ପ୍ରାର୍ଥନା ସାରିବା ପରେ 10.30ରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ପିଲାମାନଙ୍କୁ ଫାଇଲେରିଆ ବଟିକା ଖାଇବାକୁ ଦେଇଥିଲେ । ଅପରାହ୍ନ 3ଟାରେ ପରେ ହଠାତ କିଛି ପିଲାଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ବନ୍ତଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 4/5ଜଣ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ଗୁରୁତର ଥିବାବେଳେ ଅନ୍ୟମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ତେବେ ଉକ୍ତ ଘଟଣାକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ