ଓଡିଶା

odisha

ETV Bharat / state

ଅବ୍ୟବସ୍ଥା ପାଇଁ ହଷ୍ଟେଲ ଛାଡିଲେ 200 ଅନ୍ତେବାସୀ - Anugul news

ଅନୁଗୋଳ ପାଲଲହାଡ଼ା ଉପଖଣ୍ଡ ନାଗିରା ପଞ୍ଚାୟତ ସିବିଡା ଶିକ୍ଷାନିକେତନରେ ହଷ୍ଟେଲ ଛାଡିଲେ ଛାତ୍ରୀ । ଦୀର୍ଘ ଦିନ ହେବ ଅବ୍ୟବସ୍ଥା ଲାଗି ରହିଥିବା ନେଇ ହଷ୍ଟେଲ ଛାଡିଛନ୍ତି ପିଲା । ଆଗକୁ ପଢନ୍ତୁ...

ଅବ୍ୟବସ୍ଥା ପାଇଁ ହଷ୍ଟେଲ ଛାଡିଲେ ଅନ୍ତେବାସୀ

By

Published : Nov 11, 2019, 11:23 PM IST

ଅନୁଗୋଳ: ଆଦିବାସୀ ହଷ୍ଟେଲ ଛାଡିଲେ ଅନ୍ତେବାସୀ । ନିମ୍ନ ମାନର ଖାଦ୍ୟ ସହ ବିଭିନ୍ନ ଅବ୍ୟବସ୍ଥା ପାଇଁ ହଷ୍ଟେଲ ଛାଡିଲେ ପାଖାପାଖି 2ଶହ ଅନ୍ତେବାସୀ । ଅନୁଗୋଳ ପାଲଲହାଡ଼ା ଉପଖଣ୍ଡ ନାଗିରା ପଞ୍ଚାୟତ ସିବିଡା ଶିକ୍ଷାନିକେତନରେ ଘଟିଛି ଏହି ଘଟଣା ।

ଅବ୍ୟବସ୍ଥା ପାଇଁ ହଷ୍ଟେଲ ଛାଡିଲେ ଅନ୍ତେବାସୀ

ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଏହି ହଷ୍ଟେଲରେ ଦୀର୍ଘ ଦିନ ହେବ ଅବ୍ୟବସ୍ଥା ଲାଗି ରହିଥିବା ନେଇ ଅଭିଯାଗ ହେଉଥିବା ବେଳେ ଆଜି ତାହା ସାମ୍ନାକୁ ଆସିଛି । ଅବ୍ୟବସ୍ଥା ପାଇଁ ହଷ୍ଟେଲ ଛାଡିଛନ୍ତି ଆଦିବାସୀ ଛାତ୍ରୀ I

ମୌଳିକ ସୁବିଧା ପାଇଁ ଅନ୍ତେବାସୀ ମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ଆଜି 5 ଦଫା ଦାବିରେ ଅଭିଭାବକ ମାନେ ବିଦ୍ୟାଳୟ ନିକଟରେ ଏକଜୁଟ ହୋଇ ଏକ ବୈଠକ କରିଥିଲେ । ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ କରାଯାଇନାହିଁ ସେ ପର୍ଯ୍ୟନ୍ତ ହଷ୍ଟେଲରେ ଛାତ୍ରୀ ମାନଙ୍କୁ ଛାଡ଼ିବେ ନାହିଁ ବୋଲି ନିଷ୍ପତି ନେଇ ପିଲାମାନଙ୍କୁ ନିଜ ସାଥିରେ ନେଇଯାଇଥିଲେ ।

ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଆବଶ୍ୟକ ମୁତାବକ ଶୌଚାଳୟ ନାହିଁ, ନିମ୍ନମାନର ଖାଦ୍ୟ ଯୋଗାଣ, ଛାତ୍ର ମାନଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା, ଅନ୍ତେବାସୀଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଏବଂ ପ୍ରଥମରୁ +2 ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ଦାବି ରହିଛି । ଏସବୁ ସମସ୍ୟା ପାଇଁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ନମିଳିବାରୁ ବାଧ୍ୟହୋଇ ଛାତ୍ରୀ ମାନଙ୍କୁ ଅଭିଭାବକ ମାନେ ହଷ୍ଟେଲରୁ ନିଜ ସହିତ ନେଇଯାଉଥିବା ଅଭିଭାବକ ମାନେ କହିଛନ୍ତି I


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ABOUT THE AUTHOR

...view details