ଓଡିଶା

odisha

By

Published : Oct 16, 2019, 1:01 PM IST

ETV Bharat / state

ମୋ ସ୍କୁଲର ସ୍ଥିତି ପରଖୁଛନ୍ତି ଅଧ୍ୟକ୍ଷା, ମିଥିଳା ଟଙ୍କାର ସଠିକ ବିନିଯୋଗ ପାଇଁ ପରାମର୍ଶ

ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନକୁ ୧୩ ମାସରେ ୩୪ କୋଟି ଟଙ୍କା ଦେଇଛନ୍ତି । ଏହି ଟଙ୍କାର କିଭଳି ସୁବିନିଯୋଗ ହେବ, ସେ ନେଇ ସ୍ଥିତି ପରଖୁଛନ୍ତି ଅଧ୍ୟକ୍ଷା। ଅଧିକ ଖବର ପଢନ୍ତୁ...

ମୋ ସ୍କୁଲର ସ୍ଥିତି ପରଖୁଛନ୍ତି ଅଧକ୍ଷା, ମିଥିଳା ଟଙ୍କାର ସଠିକ ବିନିଯୋଗ ପାଇଁ ପରାମର୍ଶ

ଅନୁଗୋଳ: ରାଜ୍ୟରେ ମୋ ସ୍କୁଲ ଅଭିଯାନର ସ୍ଥିତି ପରଖୁଛନ୍ତି ମୋ ସ୍କୁଲର ଅଧ୍ୟକ୍ଷା । ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନକୁ ୧୩ ମାସରେ ୩୪ କୋଟି ଟଙ୍କା ଦେଇଛନ୍ତି । ଏହି ଟଙ୍କାର କିଭଳି ସୁବିନିଯୋଗ ହେବ, ସେ ନେଇ ସ୍ଥିତି ପରଖୁଛନ୍ତି ଅଧ୍ୟକ୍ଷା।

ରାଜ୍ୟରେ ଥିବା ୫୮ ହଜାର ବିଦ୍ୟାଳୟରୁ ୧୭ ହଜାର ବିଦ୍ୟାଳୟକୁ ମୋ ସ୍କୁଲ ଅଭିଯାନରେ ସାମିଲ କରାଯାଇଛି । ମୋ ସ୍କୁଲ ଅଭିଯାନକୁ ମିଥିଳା ଟଙ୍କାର କିଭଳି ସଫଳ ରୂପାୟନ ହୋଇ ପାରିବ ଓ ବିଦ୍ୟାଳୟ ଗୁଡିକରେ କିଭଳି ଆବଶ୍ୟକୀୟ ଉପକରଣ ରହିପାରିବ ସେନେଇ ସରକାରଙ୍କ ଆଭିମୁଖ୍ୟ କଡାକଡି ରହିଛି ।

ଦିନିକିଆ ଅନୁଗୋଳ ଜିଲ୍ଲା ଗ୍ରସ୍ତରେ ଆସି ଅଧ୍ୟକ୍ଷା ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହିତ ବିଦ୍ୟାଳୟ ଗୁଡିକରେ ଥିବା ଲାଇବ୍ରେରୀ ଆଦି ବୁଲି ଦେଖିଛନ୍ତି । ବିଦ୍ୟାଳୟ ବୁଲିବା ସହିତ ପିଲାମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ଅଧ୍ୟକ୍ଷା ସୁସ୍ମିତା ବାଗଚି ।

ମୋ ସ୍କୁଲର ସ୍ଥିତି ପରଖୁଛନ୍ତି ଅଧକ୍ଷା, ମିଥିଳା ଟଙ୍କାର ସଠିକ ବିନିଯୋଗ ପାଇଁ ପରାମର୍ଶ

ଏହା ପରେ ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକ କରି ଜିଲ୍ଲାକୁ ଆସିଥିବା ଟଙ୍କାର ସଠିକ ବିନିଯୋଗ କରିବାକୁ ଶିକ୍ଷା ବିଭାଗ ଅଧିକାରୀ ମାନଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି । ବିଦ୍ୟାଳୟ ବୁଲିବା ବେଳେ ପିଲାମାନଙ୍କ ପାଠ ପ୍ରତିଥିବା ଆଗ୍ରହ ଓ ବିଦ୍ୟାଳୟର ପରିବେଶକୁ ପ୍ରସଂଶା ମଧ୍ୟ କରିଛନ୍ତି ଅଧ୍ୟକ୍ଷା ସୁସ୍ମିତା ବାଗଚି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details