ଓଡିଶା

odisha

By ETV Bharat Odisha Team

Published : Sep 8, 2023, 8:06 AM IST

ETV Bharat / state

ଅନୁଗୋଳରେ ଆରମ୍ଭ ହେଲା 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ

ଅନୁଗୋଳରେ ଆରମ୍ଭ ହେଲା ମୋ ମାଟି ମୋ ଦେଶ ଅଭିଯାନ । ମାଟି ସଂଗ୍ରହ କଲେ ସାଂସଦ ସାଂସଦ ରୁଦ୍ର ନାରାୟଣ ପାଣି । ଅଧିକ ପଢ଼ନ୍ତୁ

'ମୋ ମାଟି ମୋ  ଦେଶ ' କାର୍ଯ୍ୟକ୍ରମ
'ମୋ ମାଟି ମୋ ଦେଶ ' କାର୍ଯ୍ୟକ୍ରମ

ଅନୁଗୋଳ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା 'ମୋ ମାଟି ମୋ ଦେଶ' ଅଭିଯାନ ଅନୁଗୋଳ ଆରମ୍ଭ ହୋଇଯାଇଛି । ଅନୁଗୋଳ ବିଧାସଭା ନିର୍ବାଚନ ମଣ୍ଡଳୀର ଶରଧାପୁର ଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ଵାନ କ୍ରମେ “ମୋ ମାଟି ମୋ ଦେଶ” ଅଭିଯାନ କରଯାଇଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିବା ଏବଂ ଅନୁଗୋଳ ସହରବାସୀଙ୍କ ମଧ୍ୟରେ ଦେଶ ଭକ୍ତିର ଭାବନା ଜାଗ୍ରତ କରିବା ଏହି ଅଭିଜାନର ଉଦ୍ଦେଶ୍ୟ।

ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଏହି ଅଭିଯାନ ଆରମ୍ଭ କରିଛି ଜିଲା ବିଜେପି । ଗାଁରୁ ଗାଁ ବୁଲି ବୀର ସହିଦଙ୍କ ବାସସ୍ଥାନରୁ ସଂଗ୍ରହ ହେଉଛି ମାଟି । ‘‘ମାଟିକୁ ନମନ ଓ ବୀରଙ୍କୁ ବନ୍ଦନ” ଏହି ଅଭିଯାନରେ ମାଟି ସଂଗ୍ରହ କରାଯାଇ ଦିଲ୍ଲୀର ଅମୃତ ବାଟିକାରେ ସଂଗୃହିତ କରି ରଖାଯିବ । ସଂଗୃହିତ ମାଟିକୁ ପ୍ରଥମେ ବ୍ଲକରେ ରଖାଯାଇ ଭୁବନେଶ୍ବରକୁ ପଠାଯିବ । ଏହାପରେ ଦିଲ୍ଲୀର ଅମୃତ ବାଟିକାକୁ ନିଆଯିବ ଏବଂ ସେଠାରେ ଶହୀଦଙ୍କ ନାମରେ ସମର୍ପିତ କରାଯିବ । ଏହି ଅଭିଯାନ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ଗୋଷ୍ଠୀ ମଧ୍ୟରେ ସୀମିତ ନୁହେଁ ବୋଲି କହିଛନ୍ତି ସାଂସଦ ।

ଏହା ବି ପଢନ୍ତୁ.. ରାଉରକେଲାରେ 'ମୋ ମାଟି ମୋ ଦେଶ ଅଭିଯାନ', ମାଟି ସଂଗ୍ରହ କଲେ ଜୁଏଲ୍‌ ଓରାମ

ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ 'ମୋ ମାଟି ମୋ ଦେଶ ଅଭିଯାନ' ମାଧ୍ୟମରେ ଘରୁଘରୁ ମାଟି ସଂଗ୍ରହ କରାଯାଉଛି । ଅମୃତ କଳସରେ ମାଟି ସଂଗ୍ରହ କରିବା ପରେ କର୍ତ୍ତବ୍ୟ ପଥରେ ତିଆରି ହେବାକୁ ଥିବା ଅମୃତ ବାଟିକାରେ ଦିଆଯିବ । ଗ୍ରାମଗୁଡ଼ିକରେ 6 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଜାରି ରହିବ । 16 ସେପ୍ଟେମ୍ବରରୁ 23 ତାରିଖ ଭିତରେ ବ୍ଲକରେ ମାଟି ଜମା ହେବ । ଏହାପରେ ସଂଗ୍ରୁହିତ ମାଟିକୁ ଭୁବନେଶ୍ବର ନିଆଯାଇ ଟ୍ରେନ ଯୋଗେ ଦିଲ୍ଲୀକୁ ପଠାଯିବାର ବ୍ୟବସ୍ଥା କରାଯିବ । ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ ହୋଇଛନ୍ତି । 75 ବର୍ଷ ପୂର୍ବେ ଯେଉଁ ସଂଗ୍ରାମୀମାନେ ଶହୀଦ ହୋଇ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିଲେ, ସେତେବେଳେ ତାଙ୍କର ଯେଉଁ ରାଷ୍ଟ୍ର ଭକ୍ତି ଥିଲା ତାହା ଧୀରେ ଧୀରେ କମିଯିବା ପରି ମନେ ହେଉଛି । ସେଥିପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ।

ଏହି ଅଭିଯାନରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାନ ସଭା ପ୍ରଭାରୀ ଯଯାତୀ ପଟ୍ଟନାୟକ, ଏହି ଅଭିଯାନର ସଂଯୋଜକ ଦିଲ୍ଲୀପ ପ୍ରଧାନ, ଅନୁଗୋଳ ବିଧାନସଭା ସଂଯୋଜକ ଦିଲ୍ଲୀପ ଦାସ ଓ ଦଳର ବହୁ କର୍ମକର୍ତ୍ତା ଓ ଗ୍ରାମର ବହୁ ଲୋକ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details