ଅନୁଗୋଳ: ଜିଲ୍ଲାରେ ମାତିଛନ୍ତି ଲୁଟେରା । ବ୍ୟାଙ୍କର ଗ୍ରୀଲ ତାଡିବା ସହ କାନ୍ଥ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡମଣ୍ଡଳ ଗ୍ରାମ୍ୟ ବ୍ୟାଙ୍କରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁବାର ରାତିରେ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ: ଅଠରନଳାର ହେବ ସୌନ୍ଦର୍ଯ୍ୟକରଣ: ଲାଇଟିଂରେ ଝଲସିବ ସହର, ଆକୃଷ୍ଟ ହେବେ ପର୍ଯ୍ୟଟକ
ଗୁରୁବାର ବିଳମ୍ବିତ ରାତିରେ ବ୍ୟାଙ୍କ ପଛପାଖ କାନ୍ଥ ଖୋଳି ଭିତରକୁ ଚୋର ପଶିବା ପରେ ଲକର କାଟିବାକୁ ଚେଷ୍ଟା କରିଥିଲେ । ଏଥିରେ ବିଫଳ ହୋଇଥିବା ବେଳେ ଅନ୍ୟ ଆଲମିରା, ଡ୍ରୟର ଆଦି ଭାଙ୍ଗି ଦେଇଥିଲେ । ତେବେ ଟଙ୍କା ନେଇ ନପାରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ଶୁକ୍ରବାର ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କ ଖୋଲିବା ପରେ ଚୋରି ଉଦ୍ୟମ ହୋଇଥିବା ଜାଣି ପାରିଥିଲେ । ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଛେଣ୍ଡିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସିବା ପରେ ଆହୁରୀ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।