ଅନୁଗୋଳ: ଯାଯାବର ନାବାଳିକା ଦୁଷ୍କର୍ମ ଘଟଣାରେ ଥମୁନି ପ୍ରତିବାଦ । ଗତ ରବିବାର ଅନୁଗୋଳରେ ଘଟିଥିବା ଯାଯାବର ନାବାଳିକା ଦୁଷ୍କର୍ମ ଘଟଣାକୁ 36 ଘଣ୍ଟା ବିତିଥିଲେ ବି ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି। ସେପଟେ ପୀଡିତାକୁ ନ୍ୟାୟ ଦେବା ଦାବିରେ ପ୍ରତିବାଦର ସ୍ବର ବଢ଼ିବାରେ ଲାଗିଛି । ସୋମବାର ସକାଳେ ଏହି ଘଟଣାରେ ବିଜେପି ପରେ ସନ୍ଧ୍ୟାରେ ଆନ୍ଦୋଳନକୁ ଓହ୍ଳାଇଥିଲା ଏସୟୁସିଆଇ(କମ୍ୟୁନିଷ୍ଟ)ଦଳ ।
ଘଟଣାକୁ ନିନ୍ଦା କରିବା ସହ ପୋଲିସର ଅପାରଗତାକୁ ଦାୟୀ କରିଛି ଦଳ । ତୁରନ୍ତ ଦୁଷ୍କର୍ମକାରୀକୁ ଗିରଫ କରିବା ସହ ପରିବାରକୁ ସାହାଯ୍ୟ ଓ ପୀଡିତାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ସଂଗଠନ ଦାବି କରିଛି ।