ଅନୁଗୋଳ: ଯାଯାବର ନାବାଳିକା ଝିଅକୁ ଉଠାଇ ଆଣି ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ମିଳିଛି ସଜ୍ଜା । ଅନୁଗୋଳ ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
ଅନୁଗୋଳ ସହର ମଧ୍ୟରେ ଗତ 2019 ମସିହାରେ ଘଟିଥିବା ଏକ ଲଜ୍ୟାଜନକ ଘଟଣାର ରାୟ ଆଜି ପ୍ରକାଶ କରିଛନ୍ତି ଅନୁଗୋଳ ପୋକ୍ସୋ କୋର୍ଟ । ଜଣେ ଯାଯାବର ନାବାଳିକାକୁ ତା ମା ପାଖରୁ ଉଠାଇ ଆଣି ତା ସହ ଦୁଷ୍କର୍ମ କରିବା ପରେ ମାରିଦେବା ପାଇଁ ଉଦ୍ୟମ କରିବା ଘଟଣାରେ ଅଦାଲତ ଅଭିଯୁକ୍ତ ଶୁବୁ ପଟ୍ଟନାୟକକୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଜି ଏହି ମାମଲାର ବିଚାର କରି ଅନୁଗୋଳ ପୋକ୍ସୋ କୋର୍ଟର ବିଚାରପତି ଅଗସ୍ତି କୁମାର ସାହୁ ସମସ୍ତ ସାକ୍ଷୀ ପ୍ରମାଣକୁ ଆଧାର କରି ଦୋଷୀକୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।