ଅନୁଗୋଳ: ଏକ ତରଫା ପ୍ରେମରୁ ନିର୍ମମ ହତ୍ୟାକାଣ୍ଡ । ନାବାଳିକାର ଗଳାକାଟି ହତ୍ୟା କଲା ପ୍ରେମିକ । ଘରେ ପଶି ଧାରୁଆ ଅସ୍ତ୍ରରେ ଗଳାକିଟି ଦୁର୍ବୃତ୍ତ ପ୍ରେମିକ ଫେରାର । ଅନୁଗୋଳର ସଦର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ସଦର ଥାନା କୁଇଓ ଜାମୁନାଳୀ ଗାଁରେ ଜଣେ ଅଷ୍ଟମ ଶ୍ରେଣୀରେ ପଡୁଥିବା ନାବାଳିକାର ଘରେ ପଶି ତାକୁ ହତ୍ୟା କରାଯାଇଛି । ପରିବାର ଲୋକେ ଝିଅକୁ ଏକ ତରଫା ଭଲ ପାଉଥିବା ତାର ପ୍ରେମିକ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ଅଭିଯୋଗ ଆଣିଛନ୍ତି ।
ଏହା ବି ପଢ଼ନ୍ତୁCyclone Mocha Update: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ଘରେ ଥିବା ବେଳେ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ରଞ୍ଜନ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ପଶି ଝିଅକୁ ନିର୍ମମ ଭାବେ ହତ୍ୟା କରିଛି । ଏହାପରେ ଗାଁ ଛାଡି ଫେରାର ହୋଇଯାଇଛି । ପରିବାର ଲୋକେ ତୁରନ୍ତ ନାବାଳିକାକୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।