ଓଡିଶା

odisha

ETV Bharat / state

ନାବାଳକ ନରବଳି ଘଟଣା: ମଙ୍ଗଳା କୋଠି ଭାଙ୍ଗିବା ଜିଦ୍‌ରେ ଅଟଳ ଗ୍ରାମବାସୀ, ପୋଲିସ ସହ ଧସ୍ତାଧସ୍ତି - ପୋଲିସ ସହ ଧସ୍ତାଧସ୍ତି

ଅନୁଗୋଳ କିଆକଟା ଥାନା ଅଞ୍ଚଳରେ ଘଟିଥିବା ନରବଳି ଘଟଣା ଅଭିଯୋଗର ସତ୍ୟାସତ୍ୟ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ଏହାରି ଭିତରେ ଉକ୍ତ ମଙ୍ଗଳା କୋଠିକୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ମଙ୍ଗଳା କୋଠି ଭାଙ୍ଗିବା ଜିଦ୍‌ରେ ଅଟଳ ଗ୍ରାମବାସୀ
ମଙ୍ଗଳା କୋଠି ଭାଙ୍ଗିବା ଜିଦ୍‌ରେ ଅଟଳ ଗ୍ରାମବାସୀ

By

Published : Aug 8, 2023, 10:48 PM IST

ମଙ୍ଗଳା କୋଠି ଭାଙ୍ଗିବା ଜିଦ୍‌ରେ ଅଟଳ ଗ୍ରାମବାସୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଆକଟା ଥାନା ଅଞ୍ଚଳରେ ଘଟିଥିବା ନରବଳି ଘଟଣା ଅଭିଯୋଗର ଏପର୍ଯ୍ୟନ୍ତ କୌଣସି ସତ୍ୟାସତ୍ୟ ଜଣା ପଡିନାହିଁ । ୧୩ ବର୍ଷୀୟ ନାବାଳକକୁ କାହିଁକି ମାଆ- ପୁଅ ମାରିଲେ, ତାହାର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ତେବେ ନାବାଳକକୁ ମଙ୍ଗଳା କୋଠିରେ ବଳି ଦିଆଯାଇଥିବା ଅଭିଯୋଗ ଧିରେ ଧିରେ ଦୃଢ଼ିଭୂତ ହେଉଛି । ତେବେ ଆଜି ପୁଣିଥରେ ସେହି ଘଟଣାକୁ ନେଇ ହୋଇଛି ତୁମ୍ବିତୋଫାନ । ଯେଉଁ କୋଠିରେ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି, ତାହାକୁ ଭାଙ୍ଗିବାକୁ ଲୋକେ ଦାବି କରିଛନ୍ତି ।

ତେବେ ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଟୁସର ଗାଁରେ ନାବାଳକକୁ ବଳି ଘଟଣାର ତନାଘନା ଜାରି ରଖିଛି ପୋଲିସ । ଘଟଣାରେ ମଙ୍ଗଳା କୋଠିର ମହିଳା ପୂଜକ ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଛି । ତେବେ ସେହି ପଞ୍ଚାୟତର ସୁବର୍ଣ୍ଣପୁର ଗାଁର ନାବାଳକ ସଞ୍ଜୀବର ଖଣ୍ଡ ବିଖଣ୍ଡିତ ମୃତଦେହ ୭ ଦିନ ପରେ ଜଙ୍ଗଲରୁ ଉଦ୍ଧାର କରାଯିବା ପରେ ସେହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ କହିବା କଥା ଆଗରୁ ମଧ୍ୟ ସେହି ମଙ୍ଗଳା କୋଠିରୁ ଜଣେ ନାବାଳିକା ଓ ଜଣେ ନାବାଳକ ନିଖୋଜ ହୋଇ ଯାଇଥିଲେ । ଏବେ ସୁଦ୍ଧା ସେମାନଙ୍କର ପତ୍ତା ମିଳିନାହିଁ । ଏବେ ଆଉ ଜଣେ ନାବାଳକ ସେହି ମଙ୍ଗଳା କୋଠିରୁ ଗାଏବ ହେବାପରେ ତାର ମୃତଦେହ ମିଳିବା ଘଟଣା ଏଭଳି ଅଭିଯୋଗକୁ ଆହୁରି ସୁଦୃଢ଼ କରୁଛି । ଏପରିକି ଏଥିପାଇଁ ଏକ ରାକେଟ କାମ କରୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନାବାଳକ ନରବଳି ଅଭିଯୋଗ, ମହିଳା ପୂଜକ ସମେତ ୪ ଗିରଫ

ତେବେ ତୁରନ୍ତ ମଙ୍ଗାଳା କୋଠିକୁ ଉଚ୍ଛେଦ କରିବା ଦାବିରେ ଆଜି ମହିଳା ମାନେ ଅଡ଼ି ବସିଥିଲେ । ଯାହାକୁ ନେଇ ଆଜି ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ମଧ୍ୟ ଉପୁଜିଥିଲା । ଅତିରିକ୍ତ SPଙ୍କ ତତ୍ତ୍ବାବଧାନରେ ଏକ ପୋଲିସ ଟିମ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲା । ତେବେ ଯେଉଁ କୋଠି ପାଇଁ ଏଭଳି ଘଟଣା ଘଟିଲା, ତାହାକୁ ତୁରନ୍ତ ଉଚ୍ଛେଦ କରାଯାଉ ବୋଲି ଲୋକେ ଦାବି କରିଛନ୍ତି । ପୋଲିସ ଜାଣିଶୁଣି ତଦନ୍ତକୁ ବାଟବଣା କରୁଛି ବୋଲି ଅଭିଯୋଗ କରି ଲୋକେ ପୋଲିସ ଉପରେ ନିଜର ଆକ୍ରୋଶ ମଧ୍ୟ ଜାହିର କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details