ଓଡିଶା

odisha

ETV Bharat / state

ଅନୁଗୋଳରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ: ବୁଲିଲେ ବାଜି ରାଉତ ଛାତ୍ରାବାସ - ଅନୁଗୋଳରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ

କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁଗୋଳ ଗସ୍ତ । ଏ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସେ । ମନ୍ତ୍ରୀ ସ୍ବର୍ଗତ ମାଳତୀ ଦେବୀ ଏବଂ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସମାଧିରେ ମାଲ୍ୟାର୍ପଣ କରିଥିଲେ । ଅଧିକ ପଢନ୍ତୁ

ଅନୁଗୋଳରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ:ବୁଲିଲେ ବାଜି ରାଉତ ଛାତ୍ରାବାସ
ଅନୁଗୋଳରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ:ବୁଲିଲେ ବାଜି ରାଉତ ଛାତ୍ରାବାସ

By

Published : Jul 7, 2022, 9:47 PM IST

ଅନୁଗୋଳ:କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଅନୁଗୋଳ ଗସ୍ତ କରିଛନ୍ତି । ଏ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସେ । ସେ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ପ୍ରଥମେ ବାଜି ରାଉତ ଛାତ୍ରାବାସରେ ପହଞ୍ଚି ଥିଲେ।

ଅନୁଗୋଳରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ:ବୁଲିଲେ ବାଜି ରାଉତ ଛାତ୍ରାବାସ

ମନ୍ତ୍ରୀ ସ୍ବର୍ଗତ ମାଳତୀ ଦେବୀ ଏବଂ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସମାଧିରେ ମାଲ୍ୟାର୍ପଣ କରିଥିଲେ। ଛାତ୍ରାବାସର ଅନ୍ତେବାସୀ ମାନଙ୍କ ସହ ମିଶି ଆଲୋଚନା କରିଥିଲେ । ଆଶ୍ରମର ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଥିଲେ । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ମାନଙ୍କ ବିକାଶ ଏବଂ ସୁରକ୍ଷା ପାଇଁ ବିଶେଷ ଗୁରୁତ୍ବ ଦେଉଛନ୍ତି । ପଛୁଆ ବର୍ଗ ମହିଳା ମାନଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆ ଯାଉଛି। ସେଥିପାଇଁ ଓଡ଼ିଶାର ଜଣେ ସେହିଭଳି ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଛନ୍ତି। ଦଳ ମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ସମର୍ଥନ କରୁଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର କଥା ବୋଲି ମନ୍ତ୍ରୀ କହିଥିଲେ ।

ଜଣେ ଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଇଁ କଣ ସନ୍ଦେଶ ବୋଲି ମନ୍ତ୍ରୀ ପଚାରିଥିଲେ । ଛାତ୍ରୀ ଜଣକ କହିଥିଲେ ବେଟି ବଚାଅ, ବେଟି ପଢ଼ାଅ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ପ୍ରଧାନମନ୍ତ୍ରୀଙ୍କ ଏକ ଭଲ କାର୍ଯ୍ୟକ୍ରମ। ତେଣୁ ଏହାକୁ ଆହୁରି ସଫଳତାର ସହ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ମୋର ନିବେଦନ। ମନ୍ତ୍ରୀ ମଧ୍ୟ ଏ ସନ୍ଦେଶ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ କ୍ରିଷ୍ଣା ମହାନ୍ତି, ବରିଷ୍ଠ ବିଜେପି ନେତା କାଳନ୍ଦୀ ସାମଲ, ପ୍ରତାପ ପ୍ରଧାନ, ଅଶୋକ ମହାନ୍ତି, ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details