ଓଡିଶା

odisha

ETV Bharat / state

ଚାଷୀଙ୍କୁ ଶୋଷୁଛନ୍ତି ମିଲର, ଶୋଇଛନ୍ତି ସରକାର - miller raj seen in anugul

ଚାଷୀଙ୍କ ଦୁଃଖର ଅନ୍ତ ଘଟୁନି। କେବେ ସରକାର ତ କେବେ ମିଲର ପୁଣି କେବେ ମହାଜନ। ମାଟି ସହ ମାଟି ହୋଇ ସୁନା ଫଳାଇଥିବା ଚାଷୀକୁ ଏବେ ଲୁଟୁଛନ୍ତି ସରକାର ଓ ମିଲର। ଅଧିକ ପଢନ୍ତୁ...

PHOTO
ଅନୁଗୋଳରେ ମିଲର ରାଜ

By

Published : Jan 1, 2020, 10:43 PM IST

ଅନୁଗୋଳ: ଧାନ କିଣା ନାଁରେ ଚାଷୀଙ୍କୁ ଶୋଷଣ ଅଭିଯାଗ। କୁଇଣ୍ଟାଲ ପିଛା ଚାଷୀ ଧାନରୁ 3 କେଜି କଟା ଯାଉଥିବା ସହ ଚାଷୀ ଆଣୁଥିବା ଅଖା ଫେରସ୍ତ କରାଯାଉନାହିଁ। ବାହାର ବଜାରରୁ ଚଢାଦରରେ ଚାଷୀ ଅଖା କିଣି ଧାନ ଆଣୁ ଥିବାବେଳେ ମିଲର କିନ୍ତୁ ସେ ବାବଦକୁ ଟଙ୍କା ଦେଉନାହିଁ। ଫଳରେ ସରକାରୀ ଧାନ ମଣ୍ଡିକୁ ଧାନ ବିକିବାକୁ ଆସି ଠକାମିର ଶିକାର ହେଉଛି ଚାଷୀ। ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲାରୁ।

ଚାଲିଛି ଧାନକିଣା । ସରକାର ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ମଣ୍ଡି ଖୋଲିଛନ୍ତି । ଏବେ ଏହି ମଣ୍ଡିକୁ ଧାନ ବିକିବାକୁ ଆସି ଠକାମିର ଶିକାର ହେଉଛି ଚାଷୀ । ଏଭଳି ଅଭିଯାଗ ଆସିଛି ଅନୁଗୋଳ ବ୍ଲକର ବେଡା ଶାସନ ସମବାୟ ସମିତି ବିରୋଧରେ। ଏଠାରେ ଧାନ କୁଇଣ୍ଟାଲ ପିଛା 3 କେଜି ଲେଖାଏଁ କାଟି ଦିଆଯାଇଛି। ଖାଲି ସେତିକି ନୁହେଁ ଚାଷୀ ଧାନ ଧରି ଆସୁ ଥିବା ଅଖାକୁ ଆଉ ଫେରସ୍ତ ଦିଆ ଯାଉନାହିଁ। ସେପଟେ ମଣ୍ଡିରେ ଧାନ ବିକିବା ପାଇଁ ଚାଷୀ ଆଣୁ ଥିବା ଅଖା ବଜାରରୁ ଛଡା ଦରରେ କିଣୁଛି। ଫଳରେ ସରକାରଙ୍କ ଧାନ ମଣ୍ଡିକୁ ଆସି ଏବେ ଚାଷୀ ଠକାମୀର ଶିକାର ହେଉଥିବା ଅଭିଯାଗ କରିଛନ୍ତି।

ସରକାରୀ ନିୟମକୁ ଫୁ’ ଚାଷୀ ହେଉଛନ୍ତି ଶୋଷଣର ଶୀକାର


ଅନ୍ୟପଟେ ଅନେକ ଚାଷୀ ମଧ୍ୟ ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ଅନେକ ବାରମ୍ବାର ପଞ୍ଜିକୃତ କରିଥିଲେ ବି ସେମାନଙ୍କ ନାଁ ପଞ୍ଜିକରଣ ଚିଠାରୁ ବାଦ ପଡିଛି । ଫଳରେ ଏବେ ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ। ଜିଲାରେ ମୋଟ 94ଟି ମଣ୍ଡିରେ ଚାଲିଛି ଧାନ କିଣା। ଜିଲାର 6 ଜଣ ମିଲର ଧାନ କିଣୁଛନ୍ତି । ସେମାନେ ଚାଷୀଙ୍କ ଠାରୁ ପ୍ରାୟ 16ରୁ 17 ଲକ୍ଷ କ୍ବିଣ୍ଟାଲ ଧାନ କିଣିବେ।

ଚାଷୀଙ୍କ ଧାନ କଟା ଯିବା ଓ ଅଖା ଫେରସ୍ତ ନଦେବା ନେଇ ସେଭଳି କୌଣସି ସରକାରୀ ନିୟମ ନାହିଁ। ଏନେଇ ସହକାରୀ ନିବନ୍ଧକଙ୍କ କହିବା କଥା ଯେଉଁଠି ନିୟମରେ ଖିଲାପ ହେଉଛି ତାହାର ତଦାରଖ କରାଯିବ। ଚାଷୀ କିଭଳି ଉଚିତ ମୂଲ୍ୟ ପାଇବେ ସେ ନେଇ ମଧ୍ୟ ପଦକ୍ଷେପ ନିଆଯିବ। କେଉଁଠି ଧାନ କିଣାକୁ ନେଇ ଚାଷୀକୁ ଟୋକନ ମିଳୁନି ତ, ପୁଣି ଧାନ ବିକି ଆସୁଥିବା ଚାଷୀ ମିଲରଙ୍କ ଶୋଷଣର ଶିକାର ହେଉଛି। କେବେ ଚାଷୀର ସମସ୍ୟାର ସମାଧାନ ହେଉଛି ତାହାକୁ ଅପେକ୍ଷା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details