ଅନୁଗୋଳ: ଘରକୁ ଫେରିବା ବାଟରେ ଟ୍ରେନରୁ ଡେଇଁ ଫେରାର ହୋଇଛନ୍ତି ଶ୍ରମିକ । ଅହମ୍ମଦାବାଦରୁ ଖୋର୍ଦ୍ଧା ଯାଉଥିବା ବେଳେ ଅନୁଗୋଳ ବେଣାଗଡିଆଠାରେ କିଛି ଶ୍ରମିକ ଟ୍ରେନର ଚେନ ଟାଣିଥିଲେ । ଆଉ ଟ୍ରେନ ଅଟକିବା ପରେ ଟ୍ରେନରୁ ଡେଇଁ ଫେରାର ହୋଇଥିଲେ ଶ୍ରମିକ । ଖବର ପାଇ ଫେରାରଙ୍କ ମଧ୍ୟରୁ 7 ଜଣଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଉଦ୍ଧାର ଶ୍ରମିକମାନେ ଦେବଗଡ ଜିଲ୍ଲାର ବୋଲି ଜଣାପଡିଛି ।
ଟ୍ରେନରୁ ଡେଇଁ ପ୍ରବାସୀ ଶ୍ରମିକ ଫେରାର, 7 ଉଦ୍ଧାର - ଅନୁଗୋଳରେ ପ୍ରବାସୀ ଫେରାର
ଘରକୁ ଫେରିବା ବାଟରେ ଟ୍ରେନରୁ ଡେଇଁ ଫେରାର ହୋଇଛନ୍ତି ଶ୍ରମିକ । ଅହମ୍ମଦାବାଦରୁ ଖୋର୍ଦ୍ଧା ଯାଉଥିବା ବେଳେ ଅନୁଗୋଳ ବେଣାଗଡିଆଠାରେ କିଛି ଶ୍ରମିକ ଟ୍ରେନର ଚେନ ଟାଣିଥିଲେ । ଆଉ ଟ୍ରେନ ଅଟକିବା ପରେ ଟ୍ରେନରୁ ଡେଇଁ ଫେରାର ହୋଇଥିଲେ ଶ୍ରମିକ ।
ଟ୍ରେନରୁ ଡେଇଁ ପ୍ରବାସୀ ଶ୍ରମିକ ଫେରାର, 7 ଉଦ୍ଧାର
ସେପଟେ ଉଦ୍ଧାର ହୋଇଥିବା ଫେରାର ଶ୍ରମିକଙ୍କୁ ପୋଲିସ ସହାୟତାରେ ପଞ୍ଚାୟତ କ୍ବାରେନଣ୍ଟାଇନ ଗୃହରେ ରଖାଯାଇଛି । ତେବେ କେତେ ଜଣ ଶ୍ରମିକ ଟ୍ରେନରୁ ଡେଇଁଥିଲେ ତାହାର କୌଣସି ସୂଚନା ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସରପଞ୍ଚଙ୍କ ସାହଯ୍ୟରେ ସେମାନଙ୍କୁ କ୍ବାରେନଣ୍ଟାଇନ ସେଣ୍ଟରରେ ରଖିବା ସହ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : May 11, 2020, 9:46 AM IST