ଓଡିଶା

odisha

ETV Bharat / state

ବାଜିଲା ବାଜା, ଶୁଭିଲା ସେହନାଇ: ଏକାଠି ବିବାହ କଲେ 31 ବରକନ୍ୟା - ଗଣ ବିବାହ

ବିବାହ ବନ୍ଧନରେ ବାନ୍ଧି ହେଲେ ୩୧ ଯୋଡା ବର କନ୍ୟା। ବିବାହରେ ଯୋଗଦେଇଥିବା ଉଭୟ ବର ଓ କନ୍ୟା ପକ୍ଷଙ୍କ ପାଇଁ ବିବାହ ଭୋଜିର ଆୟୋଜନ । ଅଧିକ ପଢନ୍ତୁ...

mass marriage in anugul
ଗଣ ବିବାହ

By

Published : Jan 29, 2020, 11:45 PM IST

Updated : Jan 30, 2020, 7:25 AM IST

ଅନୁଗୋଳ: ବିବାହ ବନ୍ଧନରେ ବାନ୍ଧି ହେଲେ ୩୧ ଯୋଡା ବରକନ୍ୟା। ଗୋଟିଏ ସ୍ଥାନରୁ ଉଚ୍ଚାରିତ ହେଉଛି ବିବାହ ମନ୍ତ୍ର । ଚାଲିଛି ବିବାହ ଉତ୍ସବ । ବିବାହରେ ଯୋଗଦେଇଥିବା ଉଭୟ ବର ଓ କନ୍ୟା ପକ୍ଷଙ୍କ ପାଇଁ ବିବାହ ଭୋଜିର ଆୟୋଜନ କରାଯାଇଛି । ରୀତି ଓ ନୀତି ଅନୁସାରେ ମନ୍ତ୍ର ଧ୍ଵନିରେ ଅଗ୍ନିକୁ ସାକ୍ଷୀ ରଖି ବରକନ୍ୟା ବିବାହ ବନ୍ଧନରେ ନିଜକୁ ବାନ୍ଧିଛନ୍ତି । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୋଳରେ । ଅଭାବ କାରଣରୁ ନିଜ ପୁ୍ଅ ଝିଅଙ୍କୁ ବିବାହ କରାଇ ପାରୁନଥିବା ଲୋକଙ୍କ ସାହାରା ସାଜିଛି କେତେକ ସ୍ବେଚ୍ଛାସେବୀ ସଂଗଠନ । ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀର ତତ୍ତ୍ବାବଧାନରେ ଗରିବ ବାପା ମାଆଙ୍କ ପିଲାଙ୍କୁ ଆଦର୍ଶ ସାମୂହିକ ବିବାହ କରାଇଛନ୍ତି । ଖାଲି ସେତିକି ନୁହେଁ ବିବାହ ପରେ, ନବ ଦମ୍ପତ୍ତିଙ୍କୁ ଆସବାବପତ୍ର ସହ ଉପହାର ମଧ୍ୟ ଦେଇଛନ୍ତି।

୩୧ ଯୋଡା ବର କନ୍ୟା

ଏହି ଗଣ ବିବାହ ଉତ୍ସବରେ ଉପବାଚସ୍ପତି ରଜନୀକାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ଯେଉଁ ମାନେ ନିଜ ଗରିବୀ ଓ ଯୌତୁକ କାରଣରୁ ପୁ୍ଅ ଝିଅଙ୍କୁ ବିବାହ କରିପାରୁନଥିଲେ ସେମାନେ ଏହି ଗଣ ବିବାହରେ ବେଶ ଖୁସି ଥିବା କହିଛନ୍ତି। ଦ୍ଵିତୀୟ ଥର ପାଇଁ ଅନୁଗୋଳ ସରସ୍ଵତୀ ଶିଶୁମନ୍ଦିର ପରିସରରେ ଆୟୋଜିତ ହୋଇଥିଲା ଏହି ସାମୁହିକ ଆଦର୍ଶ ବିବାହ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Jan 30, 2020, 7:25 AM IST

ABOUT THE AUTHOR

...view details