ଅନୁଗୋଳ: ଶିଳ୍ପନଗରୀ ଅନୁଗୋଳରେ ଡରାଇଲାଣି କୋରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ କୋରୋନା ଭୟରେ ବହୁ ସଂଖ୍ୟାରେ ଲୋକ ଆଉ ଘରୁ ବାହାରକୁ ବାହାରୁ ନାହାନ୍ତି । ରାସ୍ତାଘାଟ, ବଜାର ଓ ଜନ ଗହଳିପୂର୍ଣ୍ଣ ସ୍ଥାନ ସବୁ ଖାଁ ଖାଁ ଲାଗୁଛି । ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାଗୁଡିକରେ ପରୀକ୍ଷା ପାଇଁ ଲୋକେ ଲମ୍ବାଲାଇନ ଲଗାଉଥିବା ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ଜିଲ୍ଲାରେ ଅଘୋଷିତ କର୍ଫ୍ୟୁ ଲାଗୁ ହେବା ଭଳି ଜଣାପଡୁଛି ।
ଚିନ୍ତା ବଢ଼ାଉଛି ଦ୍ଵିତୀୟ ଲହର, ଅନୁଗୋଳରେ ଅଘୋଷିତ କର୍ଫ୍ୟୁ - ଅନୁଗୋଳରେ ଅଘୋଷିତ କର୍ଫ୍ୟୁ
ଅନୁଗୋଳରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ନେଇ ଜିଲ୍ଲାବାସୀ ଆତଙ୍କିତ ହୋଇପଡିଛନ୍ତି । ବହୁସଂଖ୍ୟାରେ ଲୋକ ଆଗଭଳି ଆଉ ଘରୁ ନ ବାହାରିବା ଯୋଗୁଁ ରାସ୍ତାଘାଟ ସବୁ ଖାଁ ଖାଁ । ଅଧିକ ପଢନ୍ତୁ...
ପୋଲିସ ଓ ପ୍ରଶାସନ ପକ୍ଷରୁ ଯେତେ କଟକଣା ଜାରି କଲେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନି । ଗତ 7 ଦିନ ମଧ୍ୟରେ ଜିଲ୍ଲାରେ 234 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । କିଛି ଦିନ ହେଲା ପ୍ରତ୍ୟେକ ଦିନ ୩୦ ରୁ ୪୦ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟେଷ୍ଟିଂ ବୃଦ୍ଧି କରାଯାଇଛି । ପ୍ରତ୍ୟେକ ଛକ ଜାଗା, ବଜାର ଓ ବସଷ୍ଟାଣ୍ଡ ଆଦି ସ୍ଥାନମାନଙ୍କରେ ପରୀକ୍ଷା କରାଯାଉଛି । ପୋଲିସ ପକ୍ଷରୁ ମାସ୍କ ଓ ସାମାଜିକ ଦୂରତାକୁ କଡାକଡି କରାଯାଇଛି । ହେଲେ ବଢୁଥିବା ସଂକ୍ରମଣକୁ ଦେଖି ଜିଲ୍ଲାବାସୀ ଏକପ୍ରକାର ଛାନିଆ ହେଲେଣି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ