ଅନୁଗୋଳ: ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଅନୁଗୋଳର ଏକ ମାତ୍ର ଶ୍ମଶାନ। ପ୍ରଶାସନର ଅବହେଳା ଯୋଗୁଁ ଶ୍ମସାନର ଛାତ ଉଡ଼ିଯିବା ସହ ଶବଦାହ କରିବା ପାଇଁ ଯାଗାଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଅନୁଗୋଳ ପୈାରପାଳିକାର ନିଜସ୍ବ ଶ୍ମଶାନ ନାହିଁ । ୨୦୧୪ ମସିହାରେ ଜିନ୍ଦଲ ପକ୍ଷରୁ ପ୍ରାୟ 20ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ସହର ଉପକଣ୍ଠ କରଡ଼ାଗାଡ଼ିଆ ଠାରେ ଏକ ଶ୍ମଶାନ ନିର୍ମାଣ କରାଯାଇଥିଲା । ତେବେ ସେଠାରେ ବଡ଼ ବଡ଼ ପିଣ୍ଡି କରାଯିବା ସହ ଶବଦାହ ପାଇଁ ଆବଶ୍ୟକ ଚୁଲା ଓ ଉପରେ ଟିଣ ଛପର କରାଯାଇଥିଲା ।
ଫଳରେ ଏହି ଶ୍ମଶାନକୁ ଅନୁଗୋଳ ସହର ବ୍ୟତିତ ଆଖପାଖ ଅଞ୍ଚଳର ଲୋକେ ଆସି ଶବ ଦାହ କରୁଥିଲେ । କିନ୍ତୁ ନିର୍ମାଣ ପରଠାରୁ ଆଉ କେବେ ମଧ୍ୟ ଶ୍ମଶାନର ମରାମତି କରାଯାଇନାହିଁ । ଏଥିଯୋଗୁଁ ଶବଦାହ କରାଯାଉଥିବା ଚାରିପଟେ ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ ଉପର ଟିଣ ସହ ଶବ ରଖିବା ଚୁହ୍ଲା ମଧ୍ୟ ଭାଙ୍ଗି ଗଲାଣି ।