ଅନୁଗୋଳ: ଗାଁ ସଭାପତିଙ୍କୁ ହତ୍ୟା । ହତ୍ୟା କରିବା ପରେ ଘଟଣାସ୍ଥଳରେ ଚିଠି ଛାଡିଲେ ହତ୍ୟାକାରୀ । ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ସଦର ଥାନା ଅନ୍ତର୍ଗତ ନତଡା ପଞ୍ଚାୟତ ଆମ୍ବପାଳ ଗାଁରେ । ଗାଁ ସଭାପତି ବାଳକୃଷ୍ଣ ନାୟକଙ୍କ ମୃତଦେହ ତାଙ୍କର କୁକୁଡା ଫାର୍ମରେ ପଡିଥିବାର ଦେଖିବାକୁ ମିଳିଥିଲା । କେହି ଜଣେ ଦୁର୍ବୃତ୍ତ ବିଷ ଇଞ୍ଜେକ୍ସନ ଦେଇ ବାଳକୃଷ୍ଣଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ତେବେ ହତ୍ୟାକାଣ୍ଡର କରଣ ସ୍ପଷ୍ଟ ହୋଇନଥିବା ବେଳେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପହଞ୍ଚି ତଦନ୍ତି ଆରମ୍ଭ କରିଛି ।
ତେବେ ସୂଚନା ଅନୁଯାୟୀ, ବାଳକୃଷ୍ଣ ସବୁବେଳେ ଗାଁଠାରୁ ଅଳ୍ପ ଦୂରରେ ଥିବା ତାଙ୍କ କୁକୁଡ଼ା ଫାର୍ମକୁ ଜଗନ୍ତି । ସେ ରାତିରେ ମଧ୍ୟ ସେଠାରେ ରହି କୁକୁଡା ଫାର୍ମର ଯତ୍ନ ନିଅନ୍ତି । ତେବେ ଗତ ଶନିବାର ରାତିରେ ମଧ୍ୟ ସେ ତାଙ୍କ କୁକୁଡ଼ା ଫାର୍ମକୁ ଯାଇଥିଲେ । ତେବେ ତାପର ଦିନ ସକାଳୁ ଘରକୁ ନଆସିବା କାରଣରୁ ଘରଲୋକ କୁକୁଡ଼ା ଫାର୍ମକୁ ଯାଇଥିବା ବେଳେ ସେ ଅସୁସ୍ଥ ଅବସ୍ଥାରେ ପଡିଥିବା ଘର ଲୋକେ ଦେଖିବାକୁ ପାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟଚିତ୍ସାଳୟରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।