ଅନୁଗୋଳ: କୋରୋନା ସଂକ୍ରମଣ ଯେତିକି ଜୀବନ ନନେଉଛି ତା ଠାରୁ ଅଧିକ ହେଉଛି କୋରନା ଭୂତାଣୁ ଭୟ । ଯେଉଁଥିପାଇଁ ଆଜି (ମଙ୍ଗଳବାର) ପୁଣି ଜଣକ ଜୀବନ ଯାଇଛି । କୋରୋନା ସଂକ୍ରମିତ ହେବା ପରେ ଆତ୍ମହତ୍ୟା କରିଛନ୍ତି ଆଉ ଜଣେ ଆକ୍ରାନ୍ତ । କୋରୋନା ଭୂତାଣୁ ଦ୍ୱାରା କବଳିତ ହେବା ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ୟା କରିଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୁଇନାଳି ଗାଁରେ ଜଗବନ୍ଧୁ ବାଘ ।
ଜଗବନ୍ଧୁଙ୍କ କୋରୋନା ପଜିଟିଭ ବୋଲି ଜଣାପଡିବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଜଗବନ୍ଧୁ ୫ ଦିନ ତଳେ କୋରୋନା ପରୀକ୍ଷା କରାଇଥିଲେ । କୋରୋନା ସଂକ୍ରମିତ ବୋଲି ଚିହ୍ନଟ ହେବା ପରେ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲା । ହେଲେ ସେ ଯାଇନଥିଲେ । ଘରେ ରହୁଥିବା ବେଳେ ପାରିବାରିକ ବୋଝ ଓ ସାମାଜିକ କଟକଣା ଯୋଗୁଁ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।