ଓଡିଶା

odisha

ETV Bharat / state

ଧାନ ତଳି ଖାଇଲା ଗାଈ: କହିବାରୁ ଜମି ମାଲିକକୁ ହତ୍ୟା କଲେ ଦମ୍ପତି

ଗାଈ ଧାନ ତଳି ଖାଇଦେବାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ । ଜମି ମାଲିକକୁ ହତ୍ୟା କଲେ ସ୍ୱାମୀ-ସ୍ତ୍ରୀ । ଅଧିକ ପଢନ୍ତୁ

By

Published : Jul 12, 2023, 2:44 PM IST

ଅନୁଗୋଳରେ ଜଘନ୍ୟ ହତ୍ୟାକାଣ୍ଡ
ଅନୁଗୋଳରେ ଜଘନ୍ୟ ହତ୍ୟାକାଣ୍ଡ

ଅନୁଗୋଳ: ଗାଈ ଧାନ ତଳି ଖାଇଦେବାରୁ ବୋହିଲା ରକ୍ତର ନଈ । କଥା କଟାକଟି ପରେ ଜମି ମାଲିକଙ୍କୁ ହାଣି ହତ୍ୟା କଲେ ଗାଈ ମାଲିକ । ମଙ୍ଗଳବାର ରାତିରେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନାରାୟଣଚନ୍ଦ୍ରପୁର ଗାଁରେ ଏଭଳି ଅମାନୁଷିକ କାଣ୍ଡ ଘଟିଛି । ଗାଈ ତଳି ଖାଇବା ସମ୍ପର୍କରେ କହିବାରୁ ଜମି ମାଲିକଙ୍କୁ ଜଣେ ସ୍ବାମୀ-ସ୍ତ୍ରୀ ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ସେହି ଗାଁର ଫଡ଼ି ନାଏକ । ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଏହାମଧ୍ୟ ପଢନ୍ତୁ: Kuakhai River Tragedy: କୁଆଖାଇ ନଦୀରୁ ସମସ୍ତ ୪ ମୃତଦେହ ଉଦ୍ଧାର

ଅଭିଯୋଗ ମୁତାବକ, ନାରାୟଣଚନ୍ଦ୍ରପୁର ଗାଁର ସୁଶାନ୍ତ ନାଏକଙ୍କ ଗାଈ ସେହି ଗାଁର ଫଡ଼ି ନାଏକଙ୍କ ଜମିରେ ପଶି ଧାନ ତଳି ଖାଇ ଦେଇଥିଲା । ଯାହାକୁ ନେଇ ଗାଈ ମାଲିକ ସୁଶାନ୍ତ ନାଏକ ଏବଂ ଫଡ଼ି ନାଏକଙ୍କ ମଧ୍ୟରେ ଝଗଡା ହୋଇଥିଲା । ଗତକାଲି ରାତିରେ ଏହି ଝଗଡା ଆହୁରି ବଢି ଉଗ୍ର ରୂପ ନେଇଥିଲା । ଏଥିରେ ସୁଶାନ୍ତ ଓ ତାଙ୍କ ସ୍ତ୍ରୀ ଉତ୍ୟକ୍ତ ହୋଇ କଟୁରୀ ଓ ତେଣ୍ଟା ସାହାଯ୍ୟରେ ଫଡ଼ିକୁ ଆକ୍ରମଣ କରିଥିଲେ । ଉଭୟଙ୍କ ଆକ୍ରମଣରେ ଫଡ଼ି ନାଏକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ସାଧାରଣ କଥାକୁ ନେଇ ହତ୍ୟାକଣ୍ଡ ଘଟିଛି ନା ଏହା ପଛରେ ଆଉ କ'ଣ କାରଣ ସେନେଇ ପୋଲିସ ଅଧିକ ତଦନ୍ତ କରୁଛି । ଏହି ଜଘନ୍ୟ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏହାମଧ୍ୟ ପଢନ୍ତୁ: ଚିଙ୍ଗୁଡ଼ି ଘେରିରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ପ୍ରକାଶ ଥାଉକି, ଗତକାଲି(ମଙ୍ଗଳବାର) ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କୁଞ୍ଜକୋଠରି ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଚିଙ୍ଗୁଡି ଘେରି ମଧ୍ୟରୁ ମୃତଦେହଟି ଉଦ୍ଧାର କରାଯାଇଛି । ମୃତଦେହ ଚିଙ୍ଗୁଡି ଘେରି ମଧ୍ୟରେ ଭାସୁଥିଲା । ଏହା ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରିଥିବା ବେଳେ ଶରୀରରେ ଅନେକ କ୍ଷତି ଚିହ୍ନ ଥିବାର ଦେଖାଯାଇଛି । ମୃତକ ଏରସମା ଆମ୍ବେକି ପଞ୍ଚାୟତ ବାଘାଡି ଗ୍ରାମର ସପନ ମାନ୍ନାଙ୍କ ପୁଅ ବଳରାମ ମାନ୍ନା । ତାଙ୍କୁ କେହି ହତ୍ୟା କରିଛି ନା କୌଣସି ଦୁର୍ଘଟଣାରେ ମୃତ୍ୟୁ ହୋଇଛି ସେନେଇ ପୋଲିସ ତନାଘନା ଆରମ୍ଭ କରିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details