ଓଡିଶା

odisha

ETV Bharat / state

ଲୋକନୃତ୍ୟରେ ଦୁଲୁକିଲା ମାଲ୍ୟଗିରି ମହୋତ୍ସବ, ପ୍ରବଳ ବର୍ଷା ସତ୍ତ୍ବେ ଦର୍ଶକଙ୍କ ଭିଡ - Anugul Latest news

ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ଚାଲିଥିବା ମାଲ୍ୟଗିରି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା କଳାକାରଙ୍କ ନାଚ ଗୀତରେ ଦୁଲୁକିଥିଲା । ବର୍ଷା ସତ୍ତ୍ବେ ପ୍ରବଳ ମାତ୍ରାରେ ଦର୍ଶକଙ୍କ ଭିଡ଼ ଦେଖିବାକି ମିଳିଥିଲା । ଅଧିକ ପଢନ୍ତୁ...

malyagiri-mahastabsha-secound-day-in-palalahada
ମାଲ୍ୟଗିରି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା , ପ୍ରବଳ ବର୍ଷା ସତ୍ତ୍ବେ ବହୁ ଦର୍ଶକଙ୍କ ଭିଡ଼

By

Published : Mar 7, 2020, 5:46 PM IST

ଅନୁଗୁଳ: ମାଲ୍ୟଗିରି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା । ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ଚାଲିଥିବା ମାଲ୍ୟଗିରି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା କଳାକାରଙ୍କ ନାଚ ଗୀତରେ ଦୁଲୁକିଥିଲା । ବର୍ଷା ସତ୍ତ୍ବେ ପ୍ରବଳ ମାତ୍ରାରେ ଦର୍ଶକଙ୍କ ଭିଡ ଦେଖିବାକି ମିଳିଥିଲା ।

ମାଲ୍ୟଗିରି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା , ପ୍ରବଳ ବର୍ଷା ସତ୍ତ୍ବେ ବହୁ ଦର୍ଶକଙ୍କ ଭିଡ଼

ପାଲଲହଡା ଉପଖଣ୍ଡ ପ୍ରଶାସନ, ସ୍ଥାନୀୟ ମୋହତ୍ସବ କମିଟି ଏବଂ ସ୍ଥାନୀୟ ବିଧାୟକଙ୍କ ମିଳିତ ଉଦ୍ୟମରେ ଏହି ମହୋତ୍ସବ ଆରମ୍ଭ କରାଯାଇଛି । ସାଂସ୍କୃତିକ ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଛଉ ନୃତ୍ୟ ଏବଂ କ୍ରିଏଟିଭ ଡ୍ୟାନ୍ସ ଗୃପର ନୃତ୍ୟକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଏହା ଛଡା ଅନ୍ୟ ଜିଲ୍ଲାର ପାରମ୍ପାରିକ ଲୋକନୃତ୍ୟ ସାଙ୍ଗକୁ ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ମାନଙ୍କର ନୃତ୍ୟ, ପାଲା ଏବଂ ନାଟକ ଏବଂ ଆଧୁନିକ ନୃତ୍ୟ ଗୀତରେ ଦୁଲୁକି ଉଠିଥିଲା ମଞ୍ଚ ।

ଶେଷରେ ଓଲିଉଡ଼ କଳାକାର ସମ୍ବିତ ଆଚାର୍ଯ୍ୟଙ୍କ ଅଭିନୟ ଏବଂ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସନ୍ଧ୍ୟାରୁ ବର୍ଷା ଲାଗି ରହିଥିଲେ ମଧ୍ୟ ଦ୍ବିତୀୟ ଦିନ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା ।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details