ଓଡିଶା

odisha

ETV Bharat / state

ଗାନ୍ଧୀ ଚେତନା ବଞ୍ଚାଇ ରଖିବାର ପ୍ରୟାସ: ଅନୁଗୋଳରେ ପାଳିତ ଗାନ୍ଧୀ ଆଗମନ ସ୍ମୃତି ଦିବସ - ଗାନ୍ଧୀ ଚେତନା ବଞ୍ଚାଇ ରଖିବାର ପ୍ରୟାସ

ଆଜକୁ ୮୮ ବର୍ଷ ତଳେ ଜାତିର ଜନକ ମହାତ୍ମା ଗାନ୍ଧୀ ଅନୁଗୋଳ ଆସିଥିଲେ । ଯାହାକୁ ମନେ ରଖିଛନ୍ତି ଜିଲ୍ଲାବାସୀ । ପାଳନ କରିଛନ୍ତି ମହାତ୍ମାଙ୍କ ୮୮ ତମ ଅନୁଗୋଳ ଆଗମନ ସ୍ମୃତି । ଅଧିକ ପଢନ୍ତୁ

ଗାନ୍ଧୀ ଚେତନା ବଞ୍ଚାଇ ରଖିବାର ପ୍ରୟାସ: ଅନୁଗୋଳରେ ପାଳିତ ଗାନ୍ଧୀ ଆଗମନ ସ୍ମୁତି ଦିବସ
ଗାନ୍ଧୀ ଚେତନା ବଞ୍ଚାଇ ରଖିବାର ପ୍ରୟାସ: ଅନୁଗୋଳରେ ପାଳିତ ଗାନ୍ଧୀ ଆଗମନ ସ୍ମୁତି ଦିବସ

By

Published : May 6, 2022, 10:59 PM IST

ଅନୁଗୋଳ: ଆଜକୁ ୮୮ ବର୍ଷ ତଳେ ଜାତିର ଜନକ ମହାତ୍ମା ଗାନ୍ଧୀ ଅନୁଗୋଳ ଆସିଥିଲେ । ଯାହାକୁ ମନେ ରଖିଛନ୍ତି ଜିଲ୍ଲାବାସୀ । ସେଥିପାଇଁ ପାଳନ କରିଛନ୍ତି ମହାତ୍ମାଙ୍କ ୮୮ ତମ ଅନୁଗୋଳ ଆଗମନ ସ୍ମୁତି । ଯେଉଁ ସ୍ଥାନରେ ମହାତ୍ମା ସଭା କରିଥିଲେ ସେଠାରେ ଏକ ସ୍ମୃତି ସଭା କରାଯାଇଛି । ବାଜିରାଉତ ଛାତ୍ରାବାସ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରିୟ ଯୁବା ସଂଗଠନ ଓ ଗାନ୍ଧୀ ପ୍ରେମୀଗଣଙ୍କ ମିଳିତ ସହଭାଗୀତାରେ ଏହି ଦିବସ ପାଳନ ହୋଇଛି ।

ଅନୁଗୋଳରେ ପାଳିତ ଗାନ୍ଧୀ ଆଗମନ ସ୍ମୃତି ଦିବସ

ଏଥିପାଇଁ ଏକ ଶୋଭାଯାତ୍ରା ଅନୁଗୋଳ ବସ ଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରି ଆସି ସିମିଳିପଡାରେ ଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ପରେ ଗାନ୍ଧୀଙ୍କ ସଭାସ୍ଥଳ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଯେଉଁଥିରେ ସହରର ବହୁ ବୁଦ୍ଧିଜୀବୀ ଗାନ୍ଧୀପ୍ରେମୀ ସାମିଲ ହୋଇ ମହାତ୍ମାଙ୍କ ନୀତି ଆଦର୍ଶ ଓ ଅନୁଗୋଳ ଆଗମନ ସମୟର କଥାକୁ ବଖାଣିଥିଲେ ।

ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ସଭାର ମଧ୍ୟ ଆୟୋଜନ ହୋଇଥିଲା । ଗାନ୍ଧୀ ବିଚାରଧାରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଏହି ସଭାର ଆୟୋଜନ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details