ଓଡିଶା

odisha

ETV Bharat / state

ଆଜି ମଧୁବାବୁଙ୍କ ଜନ୍ମ ଜୟନ୍ତୀ, ଅନୁଗୋଳରେ ଲୟର୍ସ ଡେ ପାଳିତ - ଆଜି ମଧୁସୂଦନଙ୍କ ଜନ୍ମ ଜୟନ୍ତୀ

ଆଜି ଓଡ଼ିଆ ଜାତିର ସ୍ଵାଭିମାନ ତଥା ସ୍ବତନ୍ତ୍ର ଓଡ଼ିଶାପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଅନୁଗୋଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଲୟର୍ସ ଡେ ପାଳିତ ହୋଇଛି । ଅଧିକ ପଢନ୍ତୁ

ଅନୁଗୋଳରେ ଲୟରର୍ସ ଡେ ପାଳିତ
ଅନୁଗୋଳରେ ଲୟରର୍ସ ଡେ ପାଳିତ

By

Published : Apr 28, 2022, 4:00 PM IST

ଅନୁଗୋଳ: ଆଜି ଓଡ଼ିଆ ଜାତିର ସ୍ଵାଭିମାନ ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଅନୁଗୋଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଲୟର୍ସ ଡେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓଡିଶା ହାଇକୋର୍ଟ ବିଚାରପତି ।

ଅନୁଗୋଳରେ ଲୟରର୍ସ ଡେ ପାଳିତ

ଅନୁଗୋଳ ସଭାଘର ଠାରେ ଏଥିପାଇଁ ସ୍ବତନ୍ତ୍ର ଉତ୍ସବର ଆୟୋଜନ ହୋଇଛି। ଓଡ଼ିଶା ହାଇକୋର୍ଟରର ବିଚାରପତି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି। ମଧୁବାବୁ ଆମ ଓଡ଼ିଆ ଜାତିର ପ୍ରାଣ ଯାହାଙ୍କ ପାଇଁ ଆମେ ଓଡିଆ ଓ ଉତ୍କଳୀୟ ବୋଲି ଗର୍ବ କରୁଥିବା ମୁଖ୍ୟଅତିଥି ମତବ୍ୟକ୍ତ କରିଛନ୍ତି । ପ୍ରତିଟି ଆଇନଜୀବୀଙ୍କ ପାଇଁ ପ୍ରେରଣା ହେଉଛନ୍ତି ମଧୁବାବୁ ।

ତାଙ୍କୁ ଆଦର୍ଶ ଭାବି ଆଇନଜୀବୀ ମାନେ କାର୍ଯ୍ୟ କରିବାକୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଛନ୍ତି ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର । କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ଜଜ୍ ପ୍ରଣବ କୁମାର ପାତ୍ର ଅନୁଗୋଳ ସଙ୍ଘର ସଭାପତି ଓ ସମ୍ପାଦକ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ ।

ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ମଧୁସୂଦନ ଦାସଙ୍କ ଅତୁଳନୀୟ ଅବଦାନ ରହିଥିଲା । ଇଂରେଜ ଶାସନ କାଳରେ ଓଡିଆ ଜାତିକୁ ଆତ୍ମପରିଚିତ ସଂଙ୍କଟରୁ ଉଦ୍ଧାର କରିଥିବା ଶ୍ରେଷ୍ଠ ଓଡିଆ ବୀର ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ । ଓଡିଶାବାସୀଙ୍କ ସାମାଜିତ, ରାଜନୈତିକ ଓ ଅର୍ଥନୈତିକ ଜୀବନ ଉତଥାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ସେ । 1848 ଏପ୍ରିଲ 28ରେ କଟକ ଜିଲ୍ଲା ସତ୍ୟଭାମାପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ବ । 1934 ଫେବ୍ରୁଆରୀ 4 ତାରିଖରେ ଏହି ପୁରଧାଙ୍କ ପରଲୋକ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details